ଆଜି ହେଉଛି ଓଡିଶା ପାଇଁ ସୌଭାଗ୍ୟର ଦିନ-ଧର୍ମେନ୍ଦ୍ର ପ୍ରଧାନ
- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ପ୍ରଦାନ
- ଓଡିଶାର ନିଷ୍ଠା, ସମ୍ମାନ, ସଂସ୍କୁତି ଓ ଲୋକକଳା ଏବଂ ପରମ୍ପରାକୁ ସ୍ୱୀକୃତି ମିଳିଲା
ଭୁବନେଶ୍ୱର,୧୪/୦୭ (ସନ୍ଧାନ ନିୟୁଜ): ଆଜି ହେଉଛି ଓଡିଶା ପାଇଁ ସୌଭାଗ୍ୟର ଦିନ। ପବିତ୍ର ରଥଯାତ୍ରା ଅବସରରେ ଓଡିଶାର ଦୁଇଜଣ ମହାନ୍ ବ୍ୟକ୍ତିତ୍ୱ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଥିବା ହେତୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆଜିଠାରୁ କୌଣସି ଖୁସି ଖବର ରାଜ୍ୟପାଇଁ ଆଉ କିଛି ହୋଇନପାରେ। ପବିତ୍ର ରଥଯାତ୍ରାରେ ଓଡିଶାର ୨ ଜଣ ଅନନ୍ୟ ପ୍ରତିଭାଙ୍କୁ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ମନୋନୀତ କରିଛନ୍ତି। ପ୍ରଥମ ଓଡିଆ ଭାବେ ସେମାନଙ୍କୁ ଏହିପରି ସ୍ଥାନରେ ମନୋନୀତ କରି ଭାରତ ସରକାର ଓଡିଶାର ନିଷ୍ଠା, ସମ୍ମାନ, ସଂସ୍କୁତି ଏବଂ ଲୋକକଳାକୁ ସମ୍ମାନିତ କରିଛନ୍ତି। ଏହା ଠାରୁ ଶ୍ରେଷ୍ଠ ଦିନ ଓ ଶ୍ରେଷ୍ଠ ଅବସର ଆହୁ କିଛି ହୋଇନପାରେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ହଜାର ବର୍ଷ ପୂର୍ବେ ପୁରୀର ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ଲିଙ୍ଗରାଜ ମନ୍ଦିର ନିର୍ମାଣରେ ବିଶିଷ୍ଠ ମୃତି ଶିଳ୍ପୀ ଓଡିଶାର ସୁପୁତ୍ର ଶ୍ରୀ ମହାପାତ୍ରଙ୍କ ପୂର୍ବଜ ମାନଙ୍କର ଅବଦାନ ଥିଲା।
ସେହି ପରମ୍ପରାକୁ ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମ୍ମାନିତ କରି ଏହି ପରମ୍ପରାକୁ ସ୍ୱୀକୃତି ଦେଇଛନ୍ତି। ଏଥିପାଇଁ ଓଡିଆ ଜାତି ଆଜି କୃତଜ୍ଞତା ପ୍ରକାଶ କରୁଛି। ସେହିପରି ନୃତ୍ୟଶିଳ୍ପୀ ସୋନାଲ ମାନସିଂଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବା ହେତୁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।