ସମୟର କ୍ରୀତ ଦାସ ଆମେ ସମୟରେ ବନ୍ଧା,
ତଥାପି ମଣିଷ ଏଠି ସ୍ନେହେ ପ୍ରେମେ ଛନ୍ଦା ।
କେତେ ମହାରଥୀ ଟଳି ପଡ଼ିଲେଣି ଏ ସାରା ଜଗତେ,
ମାନବ ସମାଜେ ବନ୍ଧା ଏଠି ସମୟର ସ୍ରୋତେ ।
ସ୍ନେହେ ପ୍ରେମେ ଛନ୍ଦା ଏଠି ଏ ସାରା ଜଗତ,
ତଥାପି ମଣିଷ ଏଠି ବୁହାଏ ରକତ ।
ସ୍ନେହେ ପ୍ରେମେ ବନ୍ଧା ବନ୍ଧି ଏ ସାରା ଜଗତ,
ବୁହାଏ ରକତ ଏଠି ନବୁଝି ମହତ ।
ସ୍ନେହେ ପ୍ରେମେ ମୂଲ୍ୟବାନ ଏ ସାରା ଧରିତ୍ରୀ,
କିନ୍ତୁ ହଣା କଟା ମାର୍ ପିଟ୍ ହୁଏ ଦିବାରାତି୍ର ।
ସ୍ନେହ ପ୍ରେମ ମୂଲ୍ୟବାନ ସାଧୁ ଯେ ବୁଝାନ୍ତି,
ତଥାପି ମଣିଷ-ମଣିଷ ମାଂସ(ଜୀବନ) ସାଉଁଟି ଖାଆନ୍ତି ।
ରୀତିନୀତି ବୁଝେ ନାହିଁ ଏ ମଣିଷ ଜାତି,
ନିତି କାଟୁଥାଏ ଏଠି ଦରିଦ୍ରଙ୍କ ତଣ୍ଟି ।
ବୁଝେ ନାହିଁ ମଣିଷ ଏ ଦୁର୍ଲଭ ଜୀବନ,
ମଣିଷକୁ ମଣିଷ ଯେ କରେ ହୀନିମାନ ।
ମଣିଷ ଜୀବନ କ’ଣ କାମ, ଲୋଭ, ଆଶା ର
ନ ପାଇଲେ ମଣିଷ ଏଠି ହୁଏ ଯେ ନିରାଶ ।
ମଣିଷ ବୁଝେ ନାହିଁ ମଣିଷର କଥା,
ଅନ୍ୟ ଅପକାରେ ତା’ର ଘୂରୁଥାଏ ମଥା ।
ମଣିଷ ବୁଝେ ନାହିଁ ଜୀବନର ଭାଷା,
ପ୍ରତ୍ୟେହ କରୁଥାଏ କାମ, କ୍ରୋଧ, ଆଶା ।
ମଣିଷ ବୁଝେ ନାହିଁ ମଣିଷର ଭାଷା,
ନୀତି ପହଞ୍ଚାଏ ଆଣି ଅନେକ ଦୁର୍ଦ୍ଦଶା ।
ସମ୍ୟକ୍ ବାକ୍ୟରେ ସେ ପୁଣି ହୁଏ ଯେ ବିବ୍ରତ,
ସମାଜକୁ ତା’ ପାଖରେ କରିବାକୁ ନତ ।
ଭୂଲି ଯାଅ କାମ, କ୍ରୋଧ, ଆଶା କି ଆକାଂକ୍ଷା
ସ୍ନେହ, ପ୍ରେମ, ଉପକାର ସଦା ନିଅ ଦିକ୍ଷା ।
ଏହା ମୋାର ଅନୁରୋଧ, ନ ଭାବ ଅପରାଧ; ସାହା ହେବେ ଜଗନ୍ନାଥ । ।
– ଶୁଭ୍ର ମଣ୍ୟମ ବେହେରା (ଛବିଳ) –
ଗ୍ରାମ-ଆମରଙ୍ଗ, ଗ୍ରା.ପ./ପୋ-ସଲଙ୍ଗ, ଥା-ନିମାପଡା,
ଜି-ପୁରୀ, ଓଡିଶା, ପିନ୍-୭୫୨୧୦୬ ।