ସୁନ୍ଦରଗଡ ତା:୧୮/୫/୨୦୨୬(ସନ୍ଧାନ ନ୍ୟୁଜ) ଦିନକୁ ଦିନ ସୁନ୍ଦରଗଡ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏବେ ଚର୍ଚ୍ଚାରେ ରହିଥିବା ଦେଖିବାକୁ । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ ରୁଙ୍ଗଟା ମାଇନ୍ସ ଆନୁକୁଲ୍ୟରେ ଜଣେ ଭିନ୍ନକ୍ଷମ ଙ୍କୁ ଏକ ଇଭୀ ସ୍କୁଟି ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ବାଳିସଙ୍କରା ବ୍ଲକର ବାଲିସଙ୍କରା ପଞ୍ଚାୟତ ଅନ୍ତର୍ଗତ ଘୋଘର ଗ୍ରାମର ଭିନ୍ନକ୍ଷମ ଲବଣୀଧର ଦାନି ଙ୍କୁ ଜିଲ୍ଲାପାଳ ନିଜେ ଏହି ଇଭି ସ୍କୁଟର ପ୍ରଦାନ କରିଛନ୍ତି ।। ଏବେ ସେ ବିନା ଇନ୍ଧନରେ ଯାତାୟାତ କରିବା ସହିତ ତାଙ୍କ ଦୈନନ୍ଦିନ ରେ କିଛି ସୁବିଧା ହୋଇ ପାରିବ ବୋଲି ଜିଲ୍ଲାପାଳ ମହୋଦୟ ନିଜ ବକ୍ତବ୍ୟ ରଖିଛନ୍ତି ।ଏହି ସହାୟତା ପାଇଁ ସେ ଅଶେଷ ଧନ୍ୟବାଦ୍ ଜଣାଇଥିବା ଜଣାପଡିଛି ।
ମହାନତା ଦେଖାଇଲେ ସୁନ୍ଦରଗଡ ଜିଲ୍ଲାପାଳ ଭିନ୍ନକ୍ଷମ ଲବଣୀଧରଙ୍କୁ ପ୍ରଦାନ କଲେ ଇଭି ସ୍କୁଟର
|
May 18, 2026 |



