ଏଥର ପରିବର୍ତ୍ତନ ହେବ ନା ଧରାଶାୟୀ ହେବ ବିଜେପି,ନବୀନଙ୍କ ଆଗରେ ଫେଲ୍ ମାରି ଆସିଛି ମୋଦୀ ଲହର

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର/ସନ୍ଧାନ ନ୍ୟୁଜ: କଣ ଏଥର ଓଡିଶାରେ ହେବ ପରିବର୍ତ୍ତନ ? ନା ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିବେ ? କଣ ଓଡିଶାରେ କାମ ଦେବ ମୋଦୀ ମ୍ୟାଜିକ ? ଏମିତି ଅନେକ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି । ସବୁଠୁ ବଡ କଥା ଏଥର ନିର୍ବାଚନରେ ବିଜେପି ପୁରା ଦମରେ ଓଡିଶାରେ ଲଢୁଛି, ଯାହା ଗତ ୨୫ ବର୍ଷର ଇତିହାସରେ ଦେଖିବାକୁ ମିଳିଛି । ପ୍ରଥମ ଥର ରାଜ୍ୟରେ ବିଜେଡି ଗଡରେ ବିଜେପି ରଣହୁଙ୍କାର ଦେଉଛି । ହେଲେ ନବୀନଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତି ଆଗରେ ମୋଦୀ ଓ ଦେଶ ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ରଣନୀତି କାମ କରିବ ? ଏସବୁ ପ୍ରଶ୍ନର ଉତ୍ତର ଜୁନ ୪ ତାରିଖ ମିଳିଯିବ । ତେବେ ମୋଦୀ ଲହର ଉପରେ ଏବେ ମଧ୍ୟ ପ୍ରଶ୍ନ ଉଠୁଛି । କାରଣ ଯେଉଁ ସମୟରେ ସମଗ୍ର ଦେଶରେ ମୋଦୀ ଲହର ଏବଂ ମୋଦୀ ମୟ ହୋଇ ଉଠିଥିଲା, ସେହି ସମୟରେ ଓଡିଶାରେ ମୋଦୀ ମ୍ୟାଜିକ କାମ କରି ନ ଥିଲା । ସେ ୨୦୧୪ ହେଉ କି ୨୦୧୯ ହେଉ, ଓଡିଶାରେ କେବଳ ଶଙ୍ଖ ବାଜି ଉଠିଥିଲା । ୨୦୧୪ ନିର୍ବାଚନରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ବାଚନ ଲଢି ଐତିହାସିକ ବିଜୟ ହାସଲ କରିଥିଲା । କିନ୍ତୁ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ୧୪୭ ସିଟରୁ ମାତ୍ର ୧୦ ସିଟ୍ ଜିତି ତୃତୀୟ ସ୍ଥାନରେ ରହିଥିଲା । ୨୦୧୯ ନିର୍ବାଚନରେ ପୁରା ଦେଶରେ ମୋଦୀଙ୍କ ପ୍ରଚଣ୍ଡ ଲହର ଖେଳି ଯାଇଥିଲା । ଆଶା କରାଯାଉଥିଲା ଓଡିଶାରେ ବିଜେପି କିଛି ଚମତ୍କାର କରିବ । ଲୋକସଭାରେ ଦଳ ଆଶାନୁରୂପ ପ୍ରଦର୍ଶନ କରି ୮ଟି ସିଟ୍ ଜିତିଥିଲା । କିନ୍ତୁ ବିଧାନସଭାରେ ୨୨ଟି ଆସନରେ ଦଳ ସୀମିତ ରହିଥିଲା । ଆଉ ବିଜେଡି ପୁଣି ଥରେ ମୋଦୀ ଲହରକୁ ନିଷ୍ପ୍ରଭ କରି କେବଳ ୧୦୦ ସିଟ୍ ଜିତି ନ ଥିଲା ୧୧୭ ଜିତି ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ଗୋଟିଏ ପଟେ ବିଜେପି ଦେଶର ଅନେକ ରାଜ୍ୟରେ ନିର୍ବାଚନ ଜିତି ନିଜର ଏବଂ ମୋଦୀଙ୍କ ଲୋକପ୍ରିୟତା ସାବ୍ୟସ୍ତ କରି ଆସିଛି । ବିଗତ ଦିନରେ ବିଜେପି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ନିର୍ବାଚନ ଜିତି ମୋଦୀ ଲହରକୁ କାଏମ ରଖିଥିଲା । କିନ୍ତୁ ଯେତେବେଳେ ଓଡିଶା କଥା ଆସେ ଏଠି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଙ୍କକଷା ଭୁଲ ପ୍ରମାଣିତ ହୁଏ । ଓଡିଶାରେ ବିଜେପି ଓ ବିଜେଡି ମେଂଟ କରି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡିଶାରେ ଶାସନ କରିଥିଲେ । କିନ୍ତୁ ମେଣ୍ଟ ଭାଙ୍ଗିବା ପରଠୁ ୨୦୦୯, ୨୦୧୪ ଏବଂ ୨୦୧୯ ଏହି ତିନି ନିର୍ବାଚନରେ ବିଜେପି ୧୦୦ରୁ ଅଧିକ ସିଟ୍ ଜିତି ନବୀନ ଏହା ପ୍ରମାଣିତ କରି ସାରିଛନ୍ତି ଯେ, ଓଡିଶାରେ କେବଳ ନବୀନ ମ୍ୟାଜିକ ଚାଲେ । ଏଠି ମୋଦୀ ଲହରର କିଛି ପ୍ରଭାବ ନାହିଁ । ୨୦୨୪ ନିର୍ବାଚନ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ପୂର୍ବାପେକ୍ଷା ଏଥର ବିଜେଡିକୁ ଅଧିକ ଚ୍ୟାଲେଞ୍ଜ ଏବଂ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି । ତଥାପି ଦଳ ସରକାର ଗଢିବା ନେଇ ପୁରା ଦୃଢ ନିଶ୍ଚିତ ରହିଛି । ସେପଟେ ବିଜେପି ମଧ୍ୟ ବିଜେଡିକୁ ହଟାଇ ସରକାର ଗଢିବ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛି । କିନ୍ତୁ କାହାର ଦାବି କେତେ ତାହା ଜୁନ ୪ ତାରିଖ ଜଣା ପଡିବ । ଯଦି ଏଥର ବିଜେଡି ପୁଣି ଥରେ ସରକାର ଗଢିଦିଏ ତେବେ ଏହା ପୁଣି ଥରେ ନିଶ୍ଚିତ ହୋଇ ଯିବ ଯେ, ଓଡିଶାରେ ମୋଦୀ ଲହର ବୋଲି କିଛି ନାହିଁ । ବିଜେପି ଦେଶରେ ଏବଂ ଅନ୍ୟ ରାଜ୍ୟରେ ଯେତେ ସଫଳ ହେଲେ ବି ନବୀନଙ୍କ ଆଗରେ ସେମାନଙ୍କର ରଣନୀତି ଫେଲ୍ । ଯଦି ବିଜେଡି ୨୦୨୪ ନିର୍ବାଚନରେ ବିଜୟୀ ହୁଏ ତେବେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ । ଏହା ସହିତ ଦେଶରେ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିବେ । ଆଉ ମୋଦୀ ଲହର ପୁଣି ଥରେ ଓଡିଶାରେ ଭୁଲ ପ୍ରମାଣିତ ହେବ । ଅପେକ୍ଷା ଜୁନ ୪ ତାରିଖକୁ ।

Related Posts

About The Author

Add Comment