ଜେନାପୁର/ସନ୍ଧାନ ନିୟୁଜ୍)୦୪/୦୭ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମପଞ୍ଚାୟତ ଅଧୀନସ୍ଥ ମାଳ ନଦୀବନ୍ଧ ରାସ୍ତା କଡରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହରେ ନିର୍ମାଣ ପରେ ବି ଝୁଲୁଛି ତାଲା। ମହିଳା ମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶିଳ କରିବା ପାଇଁ ମିଶନ ଶକ୍ତି ସରକାର ଗଠନ କରିଛନ୍ତି। ଏହି ଗୃହଟି ୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଏ ଗୃହ ନିର୍ମାଣ ଦୁଇ ବର୍ଷ ପୂର୍ବରୁ ସରିଛି। ଗୃହରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ। ଗୃହକୁ କୌଣସି ସ୍ଥାୟୀ ରାସ୍ତା ନାହିଁ। ଏହା ଏକ ନିଛାଟିଆ ସ୍ଥାନ ହୋଇଥିବାରୁ ଏଠାରେ ମିଶନ ଶକ୍ତି ର ମହିଳାମାନେ ଗୃହ ଖୋଲିବାକୁ ଠିକ ମଣୁନଥିବା ଅଭିଯୋଗ କରିଛନ୍ତି। କିଛି ମାସ ହେବ ମିଶନ ଶକ୍ତି ସଦସ୍ୟ ମାନେ ଜଣେ ସଦସ୍ୟ ଙ୍କ ଘରେ ବୈଠକ ଅନ୍ୟ କାର୍ଯ୍ୟକ୍ରମ କରିଥାନ୍ତି ବୋଲି ମତ ଦେଇଛନ୍ତି। ଗୃହ ର ଚତୃପାର୍ଶ୍ୱକୁ ଅନାମନା ଗଛ ଲତା ମାଡି ଆବଦ୍ଧ କରୀରହିଛି ସତେ ଯେପରି ସ୍ଥାନ ଟି ଭୁତ କୋଠି ପାଲଟିପଡିଛି।ପଂଚାୟତ ରେ ଅନେକ ଜାଗା ରହିଥିବା ସ୍ଥଳେ କାହା ଚାପରେ କିପରି ଓ କାହିଁକି ଏଠାରେ ଗୃହ ନିର୍ମାଣ କରାଗଲା ତାହା ତଦନ୍ତ ସାପେକ୍ଷ। ଯଦି ଏହା କାର୍ଯ୍ୟକାରୀ ନହୁଏ ଏଠାରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଏଣ୍ଡଳବା ମିଶନ ଶକ୍ତି ଗୃହରେ ନିର୍ମାଣ ପରେ ଝୁଲୁଛି ତାଲା
|
July 4, 2024 |
