ଯାଜପୁର ସଦର,୧୦ା୧୦ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲାରେ ବିଭିନ୍ନ ସରକାରି ବେସରକାରୀ କାର୍ଯ୍ୟାଳୟରେ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳନ କରାଯାଇଥିବା ବେଳେ, ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେହିପରି ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତିରେ ମାଲ୍ୟାର୍ପଣ କରାଯାଇ ବକ୍ତାମାନେ ତାଙ୍କ ଜିବନୀ ଉପରେ ବକ୍ତବ୍ୟ ରଖିଥିଲେ । ସେହିପରି ବିଭିନ୍ନ ବ୍ଲକ ଅଞ୍ଚଳରେ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଜନ୍ମଜୟନ୍ତି ଅବସରରେ ବିଭିନ୍ନ ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ଏହି ଜୟନ୍ତି ପାଳନ କରାଯାଇଥିଲା ।
ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳନ
|
October 11, 2025 |



