କୋଇଡ଼ା, 16/10 (ସନ୍ଧାନ ନିୟୁଜ/ଲମ୍ବୋଦର ବାରିକ) ଆରୟନ ମାଇନିଂ ଆଣ୍ଡଟ୍ରେଡିଂ କର୍ପୋରେସନ ଖଣିର ଉତ୍ପାଦନ ଵୃଦ୍ଧିପାଇଁ ଆଜି ଜନଶୁଣାଣୀ କାଶିରା ଗ୍ରାମ ର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ଜନ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ତୁରୁକ ପ୍ରଦୂଷଣ ବୋର୍ଡର ପରିବେଶ ବୈଜ୍ଞାନିକ ଶ୍ରୀ ହେମେନ୍ଦ୍ର ନାୟକ ଯୋଗଦେଇ ଲୋକଙ୍କ ମତାମତ ରେକଡ଼ିଂ କରିଥିଲେ ପୁର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଜନାର୍ଦ୍ଦନ ଦେହୁରୀ, କାଶିରା ସରପଞ୍ଚ ରାଣୀ ଲୋହାର, କୋଇଡା ସରପଞ୍ଚ କୁମାରୀ ସନ୍ଧ୍ୟାରାଣୀ ନାଏକ,ଜିଲ୍ଲା ପରିଷଦ କୋଇଡା
‘ଖ’ ମିତା ରାଣୀ ନାଏକଙ୍କ ସମେତ କାଶିରା ଓ ନାରାୟଣପଶି ଗ୍ରାମର 28ରୁ ଅଧିକ ଲୋକ ଖଣି ସମ୍ପ୍ରସାରଣ ସପକ୍ଷରେ ମତା ମତ ଦେଇଥିଲେ ପରିଶେଷରେ କମ୍ପାନୀର ମହାପ୍ରବନ୍ଧକ ଦେବୋବ୍ରତ ପଟେଲ ସଭାରେ ଜନସାଧାରଣଙ୍କ ଦ୍ୱାରା ଆସିଥିବା ସମସ୍ତ ଉନ୍ନତି ମୁଳକ ଦାବି ପ୍ରତି ଯତ୍ନବାନ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।