ଜେନାପୁର/୩୧/୭/ (ସନ୍ଧାନ ନ୍ୟୁଜ୍) ( ପ୍ରଶାନ୍ତ ସାମଲ)ଦୀର୍ଘ ବର୍ଷ ହେବ ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି ଗରିବ ସଦାଶିବ ମହାନ୍ତି।ଅସହାୟ,ଖଟିଖିଆ,ଭିନ୍ନକ୍ଷମ ଓ ଦାରିଦ୍ର୍ୟ ଶ୍ରେଣୀୟ ଲୋକମାନଙ୍କ ପାଇଁ ମାଳମାଳ ଯୋଜନା ପ୍ରଣୟନ ହୋଇଛି ସତ କିନ୍ତୁ ବାସ୍ତବରେ ଚିତ୍ର ଓଲଟା ଦେଖିବାକୁ ମିଳୁଛି ।ସରକାର ଙ୍କ ଯୋଜନା କୁ କିଛି ଅବହେଳିତ ଜନପ୍ରତିନିଧି ଓ ଅଧିକାରୀଙ୍କ ଦାଇତ୍ୱ ହୀନତା ଏବଂ ଅବହେଳା ପାଇଁ ଏହା ସଫଳ ରୂପାୟନ ହୋଇ ପାରୁନାହିଁ।ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପ୍ରକୃତ ଗରିବ ହିତାଧିକାରୀ।ଯାହାଙ୍କ ପାଇଁ ନିନ୍ଦିତ ହେଉଛନ୍ତି ସରକାର । ପ୍ରକୃତ ହିତାଧିକାରୀ ଘର ଖଣ୍ତେ ପାଇବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ମଧ୍ୟ ଯୋଜନା ରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି । ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ଅଧିନ ବଳରାମପୁର ଉପରଗଡ଼ ସଦାଶିବ ମହାନ୍ତି ଙ୍କ କ୍ଷେତ୍ରରେ । ପରିବାର କହିଲେ ସଦାଶିବ ଏବଂ ପତ୍ନୀ ଦୀପ୍ତିବାଳା ସହିତ ଛୁଆ ଦୁଇ ଜଣ। କ୍ୟାନସର ରୋଗ ରେ ପୀଡ଼ିତ ସଦାଶିବ ଙ୍କ ସ୍ତ୍ରୀ ଦୀପ୍ତିବାଳା ଗତ ୭ ବର୍ଷ ଧରି ଚିକିତ୍ସିତ ହେଉଛନ୍ତି। ମାଗଣା ରେ ଚିକିତ୍ସିତ ହେଉଛନ୍ତି ସତ ଖାଇବା ପିଇବା, ଯିବା ଆସିବା, ଆଦି ଖର୍ଚ୍ଚ ପାଇଁ ଧାର କରଜ କରି ନୟାନ୍ତ ହୋଇଗଲେଣି।ଅଭାବ ଅସୁବିଧା ମାନସିକ ଯନ୍ତ୍ରଣା ସହିତ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଟଙ୍କା ଅଭାବ ରୁ ପିଲା ମାନଙ୍କୁ ଠିକ ରେ ପାଠ ପଢ଼ାଇ ପାରୁ ନାହାଁନ୍ତି।ବାସ ଉପଯୋଗୀ ନ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ସଦାଶିବ ନିଜ ୪ ପ୍ରାଣୀ କୁଟୁମ୍ବ କୁ ନେଇ ସେଇ ଭଙ୍ଗା କୁଡ଼ିଆ ରେ ରହୁଛନ୍ତି।ଆର୍ଥିକ ଅଭାବ ଯୋଗୁଁ ଘର ଛପର ନ କରି ପାରି ବହୁ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ସେ ରହୁଥିବା ଘର ଟି ବର୍ଷା ପାଣି ପଶି ଘର ର କାନ୍ଥରେ ପାଣି ପଡି ମାଟି କାନ୍ଥ ଫାଟି ଆଁ କରିବା ସହିତ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ରାତ୍ରିରେ ପରିବାର ଶୋଇବା ସମୟରେ ଅଘଟଣ ନ ଘଟିବ କିଏ କହିପାରିବ । ଘରର ଛପର ଉଠି ଯାଇ ଥିବାରୁ ଘରେ ମାଙ୍କଡ଼ ପଶି ଯାଉଛନ୍ତି।ସରକାର ଅସହାୟ,ଗରିବ ଲୋକଙ୍କ ପ୍ରତି ଆବାସ ଯୋଜନା ଯୋଗାଇ ଆସୁଥିଲା ବେଳେ କିନ୍ତୁ ବାସ୍ତବ କ୍ଷେତ୍ରରେ ସଦାଶିବ ଙ୍କ ପାଇଁ ଆବାସ ଯୋଜନା ଗୃହଟି ଦିଗ ହରା ହୋଇଯାଇଛି । ପରିବାର ଭଙ୍ଗା ମାଟି କୁଡିଆରେ ବିପଦର ସହିତ କାଳାତିପାତ କରିଆସୁଛନ୍ତି । ବର୍ଷା ଦିନେ ଘରେ ପାଣି ପଶି ଯିବାରୁ ରୋଷେଇ ବନ୍ଦ ହେବା ଯୋଗୁଁ ନ ଖାଇ ନ ପିଇ ରାତିରେ ଶୋଇବାକୁ ପଡ଼େ। ତାଙ୍କର ଏହି ଅସୁବିଧା ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ । ତେବେ ସରକାରଙ୍କ ମାଳମାଳ ଯୋଜନା କାହା ସ୍ୱାର୍ଥରେ । ଏହାକୁ ସରକାରଙ୍କ ତରଫରୁ ଖୁବ୍ ଶୀଘ୍ର ତଦନ୍ତ ପରିସରକୁ ନିଆଯାଇ ସଦାଶିବ ଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।
ଆବାସ ଯୋଜନା ଅପେକ୍ଷା ରେ କ୍ୟାନସର ପୀଡ଼ିତା ପରିବାର।
|
July 31, 2024 |
