ଚଣ୍ଡିଖୋଲ, ୨୯/୩ (ସନ୍ଧାନ ନିୟୁଜ/ମାନସ ରାଉତ) ଜାତୀୟ ରାଜପଥ କଡରେ ଦୀର୍ଘଦିନ ଧରି ପଡିରହିଥିବା ମାନସିକ ଅସହାୟ ଲୋକଙ୍କ ପାଖରେ ଅଗ୍ରଣୀ ଆଧ୍ୟାମିକô ସଂଗଠନ ‘ସାଧନାର ସ୍ୱରୁପ’ ପକ୍ଷରୁ ପ୍ରତ୍ୟକ ଦିନ ଖାଦ୍ୟ ପାନୀୟ ପ୍ରଦାନ କରାଯାଉଛି । ସାଧନାର ସ୍ୱରୁପ ସମ୍ପାଦକ ଦେବବତ୍ର ଦେବତା, ଆମ ଐତିହ ସମ୍ପାଦକ ମାନସ କୁମାର ରାଉତ, ସାମ୍ବାଦିକ ପ୍ରମୋଦ ଜେନା,ହେମନ୍ତ ଜେନା, ସମାଜସେବୀ, ଅଛୁତ କୁମାର ସାହୁ,ଦିପକ କୁମାର ଆଚାର୍ଯ୍ୟ, ସୁରେଶ ନାୟକ ପ୍ରମୁଖ ପ୍ରତ୍ୟହ ଦିନ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ପାଣିକୋଇଲି, ଛତିଆ, ପଂଚୁପାଣ୍ଡବ, ଏବଂ ଡୁବୁରୀ ପ୍ରର୍ଯ୍ୟନ୍ତ ବୁଲିବୁଲି ସମସ୍ତ ଭିକାରୀ, ମାନସିକ ବ୍ୟକ୍ତି, ଅସହାୟ ସହିତ ରାସ୍ଥାରେ ଚାଲିଚାଲି ଫେରୁଥିବା ଲୋକମାନଙ୍କୁ ଚୁଡା ବିସ୍କୁଟ ପାଣି ଆଦି ଖାଦ୍ୟ ସମାଗ୍ରୀ ବଂଟନ କରୁଛନ୍ତି । ଏହାକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଂଶସା କରାଯାଇଛି ।
ଅସହାୟ ଏବଂ ମାନସିକ ଲୋକଙ୍କୁ ଖାଦ୍ୟ ପ୍ରଦାନ
|
March 29, 2020 |



