ଅରଖପୁର ସେବା ସମବାୟ ସମିତିରେ ·ଷୀଙ୍କ ଠାରୁ ଶସ୍ୟ ସଂଗ୍ରହ

Spread the love

ଯାଜପୁର,୩୧.୫(ସନ୍ଧାନନୁ୍ୟଜ୍/ତ୍ରୈଲୋକ୍ୟନାଥ ନାୟକ):-ବଡଚଣା ବ୍ଲକ ଅନ୍ତର୍ଗତ ଅରଖପୁର ପ୍ରାଥମିକ ସେବା ସମବାୟ ସମିତିରେ ପ୍ରଥମ କରି ଡାଲି ଜାତୀୟ ଶସ୍ୟ ସଂଗ୍ରହ କରାଯାଇଛି । ସଭାପତି ତରୁଣ ସାମଲଙ୍କ ତତ୍ୱାବଧାନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ·ଷୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ଜଣ ·ଷୀଙ୍କ ଠାରୁ ମୁଗ,ବିରୀ ଓ ଚିନାବାଦାମ ପ୍ରଥମ ପର୍ଯ୍ୟାୟରେ ୯୮କୁଇଣ୍ଟାଲ ଶସ୍ୟ ସଂଗ୍ରହ କରାଯାଇଛି । ·ଷୀର ଉତ୍ପାଦିତ ସାମଗ୍ରୀକୁ ସଠିକ ମୂଲ୍ୟରେ ବିକ୍ରୟ କରିବା ପାଇଁ ସରକାରୀ ନିୟମ ଥିବାରୁ ସମିତି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସଂପାଦକ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ନାଫେର୍ଡ ପ୍ରତିନିଧି ଅମରେନ୍ଦ୍ର ପରିଡା ଓ ମାର୍କଫେର୍ଡ ଜିଲ୍ଲା ପ୍ରତିନିଧି ବିଜୟ ରାମ ସେନାପତିଙ୍କ ଉପସ୍ଥିତିରେ ଗୁରୁବାର ·ଷୀଙ୍କ ଠାରୁ ଏହି ଶସ୍ୟ ସଂଗ୍ରହ କରାଯାଇ ବ୍ୟାଙ୍କ ଜରିଆରେ ଅର୍ଥ ପଇଠ କରାଯିବ ବୋଲି ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ପରି·ଳକ ସୁଶାନ୍ତ ଜେନା,ନିରଂଜନ ପଣ୍ଡା,ସୁଧାଶୁଂ ରାଉତରାୟ,ଶରତଚନ୍ଦ୍ର ନାୟକ,ସନାତନ ସାମଲ,ଟୁକୁନା ପାତ୍ର,ଚିତ୍ରସେନ ସାମଲ,ବିଚିତ୍ର ଦାସ,ରାମଚନ୍ଦ୍ର ମହାରଣା,ଭୋଳାନାଥ ସାହୁ,ରବିନ୍ଦ୍ର ପରିଡା,ଶଶିକାନ୍ତ ବାରିକ,ଜଗଦିଶ ସାମଲ,ରାମଚନ୍ଦ୍ର ବାରିକ,ମାଗୁଣି ସାମଲ ପ୍ରମୁଖ ·ଷୀ ଉପସ୍ଥିତ ଥିଲେ । କୁନ୍ଦଳ ସମିତିସଭ୍ୟ ଅନନ୍ତ ଜେନା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

About The Author

Add Comment