ଅମାନୁଷିକ ହତ୍ୟାକାଣ୍ଡ: ଶୋଇଥିବାବେଳେ ବୃଦ୍ଧ ଦମ୍ପତିଙ୍କ ଗଳା କାଟିଦେଲେ
ଅମାନୁଷିକ ହତ୍ୟାକାଣ୍ଡ: ଶୋଇଥିବାବେଳେ ବୃଦ୍ଧ ଦମ୍ପତିଙ୍କ ଗଳା କାଟିଦେଲେ
Manas Kumar Rout |
September 9, 2018 |
ବାରିପଦା,୯/୯, (ସନ୍ଧାନ ନିୟୁଜ): ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ରାଜାବଶା ପଂଚାୟତ କୁକୁଡ଼ାଯୋଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘଟଣା ମୁତବକ ପୂର୍ଣ ହେମ୍ବ୍ରମ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଘରେ ପଶି କୌଣସି ଧାରୁଆ ଅସ୍ତ୍ରରେ ଜୋରରେ ଆକ୍ରମଣ କରିଥିଲା।ପ୍ରବଳ ରକ୍ତ ଶ୍ରାବ ହେବାଯୋଗୁଁ ଘଟଣା ସ୍ଥଳରେ ଦୁହିଙ୍କର ମୃତୁ ହୋଇଛି। ଆଜି ସକାଳୁ ବାରିପଦା ସଦର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଶବକୁ ଉଦ୍ଧାର କରିଥିଲେ ଓ ଶବ ବ୍ୟବଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଛି ଓ ହତ୍ୟାକାରୀର ସନ୍ଧାନ ଚଲାଇଛି।

Related Posts
About The Author