ବାରିପଦା ୦୪/୦୭ (ସନ୍ଧାନ ନିଉଜ) ଜେଲ୍ର କୈଣସି ଅଧିକାରୀ ଏବେ ନିଜସ୍ଥାୟୀ ବାସସ୍ଥାନ ଅଞ୍ଚଳରେ ଥିବା ଜେଲ୍ରେ କାର୍ଯ୍ୟ କରିପାରିବ ନାହିଁ । ଏଭଳି ଏକ ନୂଆ ନିଷ୍ପତ୍ତି ନେଇଛି ଜେଲ୍ ବିଭାଗ ।ଜେଲ୍ର ୱର୍ଡରଙ୍କ ଠାରୁ ଆରମ୍ଭ କରି ଅଧିକ୍ଷକଙ୍କ ପର୍ଯ୍ୟନ୍ତ ଅଧିକାରୀ ଅପରାଧିଙ୍କୁ ସହଯୋଗ କରୁଥରବା ଅନେକ ନିଜର ଅସୁଛି । ଜେଲ୍ ବିଭାଗର ଅନେକ ଅଫିସର ଓ କର୍ମଚାରୀ ନିଜ ଜିଲ୍ଲା ଓ ଉପଖଣ୍ଡ ଅଞ୍ଚଳର କାମ କରୁଥିବାରୁ ସେମାନେ ଜେଲ୍ରେ ଅପରାଧିଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇଦେବାର ଅଭିଯୋଗ ହେଇଛି,ଏମିତିକା ସିମ୍କାର୍ଡ ଏବଂ ନିଶାକାରବାରରେ ଲିପ୍ତ ରହୁଛନ୍ତି । ଏଥିପାଇଁ ଏବେ ନିଜ ଜିଲ୍ଲାରେ ଅଫିସର ଏବଂ ତଳିଆ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଉପରେ ନୂଆ ନିୟମାବଳୀ ବିଭାଗ ପଷରୁ ଜାରିକରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ଏବଂ କାରାଗାର ବିଭାଗ ଅଧିନରେ ୮୫ଟି ଜେଲ୍ କାର୍ଯ୍ୟ କରୁଛି । ଏଥିରେ ପାଖାପାଖି ୩୦୦ ଅଫିସର ଏବଂ ୧୨୦୦ ୱର୍ଡର କାମ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଅନେକ ଅଫିସର ନିଜ ଜିଲ୍ଲାର କାର୍ଯ୍ୟ କରୁଥିବା ନଜିର ସାମନାକୁ ଆସିଛି । କାରାଗାର ବିଭାଗର ସ୍ୱଚ୍ଛତା,ଶୃଙ୍ଖଳା,ଗିଣାତ୍ୱକ କାର୍ଯ୍ୟପାଇଁ ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଆଦି ଏକ ସ୍ୱତନ୍ତ୍ର ନିଦେ୍ର୍ଧଶନାମା ଜାରି କରାଯାଇଛି । ୱର୍ଡର,ଚିଫ୍ ୱର୍ଡର,ସବ୍-ଆସିଷ୍ଟାଣ୍ଟ ଜେଲ୍ର, ଅସିଷ୍ଟାଣ୍ଟ ଜେଲ୍ର ନିଜ ଉପଖଣ୍ଡ ଅଞ୍ଚଳର କାମ କରିପାରିବେ ନାହିଁ । ସେହିପରି ଜେଲ୍ର ଅଧିକ୍ଷକ, ବାରିଷ୍ଠ ଅଧିଷକ,ଜେଲ ଊଓଏନିଜ ଜିଲ୍ଲାର କାର୍ଯ୍ୟ କରିପାରିବେ ନାହିଁ । ଏହି ଆଧାରରେ ଏଣିକି କାରାଗାର ବିଭାଗରେ ନିଯୁକ୍ତ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି ।
ଲିଙ୍ଗରାଜ ପଣ୍ଡା, ବାରିପଦା
ତାଜା ଖବର
- ତଳସରା ପଞ୍ଚାୟତରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଅତିଥି ଅଧ୍ୟାପକଙ୍କ ମାର୍ଚ୍ଚ-ଏପ୍ରିଲ ପାରିଶ୍ରମିକ ଏଯାଏଁ ବକେୟା: ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ ଦାବି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଲୋକଙ୍କ ସରକାର ବୋଲାଉଥିବା ମୁଖ୍ୟମନ୍ତ୍ରୀ, ସାଧାରଣ ଜନତାଙ୍କ ପାଇଁ ସମୟ ନାହିଁ
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୫୯. ୭୦ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ


