ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦେଲେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ

Spread the love
  •  
  •  
  •  
  •  
  •  

ସୁନ୍ଦରଗଡତା:( ସନ୍ଧାନ ନ୍ୟୁଜ/ ଦୁର୍ଯୋଧନ ଗରଡ଼ିଆ) ଅନ୍ଧକାର ଜୀବନକୁ ଶିକ୍ଷା ଦ୍ୱାରା ସାରା ବିଶ୍ୱକୁ ଆଲୋକିତ କରିଥାନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ ।ବାଲିଶଙ୍କରା ବ୍ଲକ ପରିସରରେ ବ୍ଲକ ଶିକ୍ଷା ପରିବାର ତରଫରୁ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଶିକ୍ଷାଧିକାରୀ ସରୋଜା ଲକ୍ଷ୍ମୀ ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ରୂପେ ତଳସରା ବିଧାୟକ ତଥା ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗ ଦେଇ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥିଙ୍କୁ ଆଦିବାସୀ ନୃତ୍ୟ ର ତାଳେ ତାଳେ ନିଆଯଇବା ସହିତ ସ୍ଵାଗତ ସଙ୍ଗୀତ ପରିବେଷଣ କରି ସ୍ଵାଗତ କରାଯାଇଥିଲା । ଅତିଥି ମାନଙ୍କ ପାଇଁ ସରକାରୀ କର୍ମ କ୍ଷେତ୍ରରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅବସର ନେଇଛନ୍ତି ସତ ହେଲେ ଯେପରି ଦୀପ ଟିଏ ଅନ୍ଧକାରକୁ ଆଲୋକିତ କରିଥାଏ ଠିକ ସେହିପରି ଗୁରୁ ହିଁ ଶିକ୍ଷା ଦ୍ୱାରା ଅନ୍ଧକାର ଜୀଵନକୁ ଆଲୋକିତ କରିଥାନ୍ତି ବୋଲି ଶ୍ରୀଯୁକ୍ତ ଭୋଇ ମତ ରଖିଥିଲେ ।ଜ୍ଞାନ ଦ୍ୱାରା ଗ୍ରାମ, ବ୍ଲକ, ଜିଲ୍ଲା, ରାଜ୍ୟର ବିକାଶ ଆଗେଇବାରେ ସାହାଯ୍ୟ କରିଥାଏ | ସେଥିପାଇଁ ଅବସର ନେଲା ପରେ ମଧ୍ୟ ଅଂଚଳରେ ଜ୍ଞାନ ଦେବାରେ ଆପଣମାନେ ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଥିଲେ | ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର କର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାରଙ୍ଗଧର ବରିହା, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଧିକାରୀ ମିତ୍ରଭାନୁ କଚ୍ଛପ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଖଗେଶ୍ୱର ମଲ୍ଲିକ, ଜାନକୀ ପଟେଲ, ପର୍ଶୁରାମ ପଟେଲ, ଅମୀୟ ନାଏକ, ସରକାରୀ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ନାଏକ, ରବି ପଟେଲ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିବା ସହିତ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଔପଢ଼ୋକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା | ଉକ୍ତ ସମାରୋହକୁ ବ୍ଲକ ଶିକ୍ଷା ପରିବାର ତରଫରୁ ଆୟୋଜକ ଭାବେ ହେମନ୍ତ କୁମାର ମିଶ୍ର, ଦିଗାମ୍ବର ରଣା, ବିଶାଖା ରଣା, ପ୍ରମୋଦ ନାଏକ, କୁଲଦୀପ ସେଠ, କୁଞ୍ଜଲତା ଗୋଖର, ହରିରାମ ନାଏକ, କୈଳାସ ଭିତ୍ରିଆ, କୁଳୀନ ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ସହାୟତାର ହାତ ବଢାଇଥିଲେ | ହେମନ୍ତ ମିଶ୍ର ସଭା ପରିଚାଳନା କରିଥିଲେ | ଶେଷରେ ଦିଗାମ୍ବର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment