ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କ ପରଲୋକ

Spread the love

ଯାଜପୁର ,୨/୬ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମର  ନଟବର ପଣ୍ଡା ଙ୍କର ଗତ କାଲି କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ,ବହୁ ଦିନଧରି ସେ  ବାର୍ଦ୍ଧକ୍ୟ ଅବସ୍ଥାରେ ପୀଡିତ ଥିଲେ ।ଡାକ୍ତର ମାନଙ୍କ ବହୁ ଚେଷ୍ଟା ପରେବି ମଧ୍ୟ କୌଣସି ସୁଫଳ ମିଳିନଥିଲା ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଥିଲେ ।  ତାଙ୍କର ଚାକିରୀ ଜୀବନ ଏଣ୍ଡଳବା ପୋଷ୍ଟ ଅଫିସି ରୁ ଆରମ୍ଭ କରିଥିଲେ ସେଇଠି ହିଁ ୧୯୯୯ ମସିହାରେ ଶେଷ କରିଥିଲେ । ଅବସର ପରେ ସେ ଜଣେ ସମାଜସେବୀ ରୂପେ ପରିଚିତଥିଲେ । ଶ୍ରୀ ପଣ୍ଡାଙ୍କର ଶେଷ ଦର୍ଶନ କରିବା ନିମନ୍ତେ ଆଖ ପାଖ ଅଞ୍ଚଳରୁ ବହୁ ଜ୍ଞାନୀ ଓ ବୁଦ୍ଧି ଜୀବୀ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ଏନେଇ ତାଙ୍କ ପରିବାର ବନ୍ଧୁ ବାନ୍ଧବ ଓ କଲାଣ୍ଡ ଗ୍ରାମରେ ଶୋକର ଲହରୀ ଖେଳି ଯାଇଛି।

Related Posts

About The Author

Add Comment