ଅବକାରୀ ବିଭାଗର ଆତର୍କିତ ଚଢାଉ, ହାତ ରନ୍ଧା ଦେଶୀ ମଦ ଜବତ ସହିତ ୩ଗିରଫ

Spread the love

ସୁନ୍ଦରଗଡ ତା:୨୪-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୨୩-୦୭-୨୦୨୬ରିଖ ଗୁରୁବାର ଦିନ ସ୍ଥାନୀୟ ସବଡେଗା ଓ ସୁନ୍ଦରଗଡ଼ ଅବକାରୀ ବିଭାଗ ଙ୍କୁ ମିଳିଛି ସଫଳତା l ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ସବଡେଗା ଓ ସୁନ୍ଦରଗଡ଼ ଅବକାରୀ ବିଭାଗ ମିଳିତ ଭାବରେ ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ର ସବଡେଗା, ଗୋଇଲୋ, ଯାଇସର ଗ୍ରାମ ରେ ଦଳବଳ ସହିତ ଛଡାଉ କରି ୩୯ଲିଟର ହାତ ରନ୍ଧା ଦେଶୀ ମହୁଲି ମଦ ଜବତ କରିବା ସହିତ ୩ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିବା ସୂଚନା ମିଳିଛି l ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନାରାୟଣ ଲରିଆ (୩୫)ଗ୍ରାମ ଯାଇସର, ତାଙ୍କ ଠାରୁ ୧୪ଲିଟର ମଦ ଜବତ କରାଯାଇଛି,ସୁରଜ ବେହେରା (୨୦)ଗ୍ରାମ ଗୋଇଲୋ, ତାଙ୍କ ଠାରୁ ୧୫ଲିଟର ମଦ ଜବତ କରାଯାଇଛି,ସଞ୍ଜୟ ମାଝୀ (୧୯)ଗ୍ରାମ ସବଡେଗା (ନୁଆଁପଡା )ତାଙ୍କ ଠାରୁ ୧୦ଲିଟର ମଦ ଜବତ କରାଯାଇଛି l

Related Posts

About The Author

Add Comment