ଅନୁମତି ଦେଇ ସେସୁ ଚୁପ୍ : କାମ କରୁନି ସାମ୍ପାୱାର କମ୍ପାନୀ

Spread the love

ଯାଜପୁର,(ସଂନ୍ଧାନ ନିଉଜ/ମାନସ ରାଉତ):-ଯାଜପୁର ଜିଲା ବଡଚଣା ସେସୁ ଉପଖଣ୍ଡ ଅଧିନରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ସାମପାୱାର କମ୍ପାନୀକୁ ଏଲଟି ଲାଇନର ମରାମତି ସହ ବିଦୁ୍ୟତ ବିଲ ଆାଦୟ କରିବାକୁ ସେସୁ ଅନୁମତି ଦେଇଛି । କିନ୍ତୁ ସାମପାୱାର କମ୍ପାନୀ କେବଳ ବିଦୁ୍ୟତ ବିଲ ଆଦାୟ କରୁଥିବା ବେଳେ ଏଲଟି ଲାଇନକୁ ମରାମତି କରୁନଥିବା ଅଭିଯୋଗ ହୋଇଛି । ଗାଁ ଗହଳିରେ କେଉଁଠି ତାର ତଳେ ଝୁଲି ଲାଣିତ,ଆଉ କେଉଁଠି ଖୁଣ୍ଟ ଶୋଇଛି । ସଂସ୍ଥାର ଏଭଳି ଅବସ୍ଥାକୁ ଦେଖିଲେ ସେବା ନଥିବା ପରି ମନେ ହେଉଛି । ଠିକାସଂସ୍ଥା ଅଧିନରେ ଥିବା ବଡଚଣା,ଖଇରା,ଦେଉଳକୁର,ବନ୍ତଳା,ତାଳପଦା,ଚଣ୍ଡିତଳ,ଧାନମଣ୍ଡଳ,ବାଉଁଶପୁଟ,କାଞ୍ଜିଆ,ମେଡିକାଲ ଆଦି ଅଞ୍ଚଳ ଯାଉଥିବା ବେଳେ ସଂସ୍ଥା ପକ୍ଷରୁ କøଣସି କର୍ମ·ରୀ କିମ୍ବା ବିଭାଗୀୟ ଯନ୍ତ୍ରୀ ପରିଦର୍ଶନ ନକରିବାରୁ ବିପଦଗାମୀ ହୋଇପଡୁଛି ତାର ଓ ଖୁଣ୍ଟ ।

ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଇରା ପଞ୍ଚାୟତ ଶାସନ ପ୍ରାଥମିକ ବିଦ୍ୟାଳୟ ନିକଟରେ । ବିଦ୍ୟାଳୟ କୋଠରୀକୁ ଲାଗିଥିବା ବିଦୁ୍ୟତ ଖୁଣ୍ଟର ମୂଳ ଖାଇ ଝୁଲନ୍ତା ଅବସ୍ଥାରେ ଛିଡା ହୋଇଛି । ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ବିପଦପୁର୍ଣ୍ଣ ଭାବେ ଅଧ୍ୟୟନ କରୁଛନ୍ତି । ଖାଲି ଶାସନ ବିଦ୍ୟାଳୟ ନୁହେଁ, ଏଭଳି ଅନେକ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା କମ୍ପାନୀର ପାରଦର୍ଶିତା ପ୍ରତି ଅଙ୍ଗଳି ନିଦେ୍ର୍ଧଶ କରୁଛି । ଫଳରେ ବଡଚଣା ବ୍ଳକର ୨୫ରୁ ୩୦ଟି ଗ୍ରାମର ଉପଭୋକ୍ତା ମାନେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ ସେବାରୁ ବଞ୍ଚିତ ହେଉଛନ୍ତି । ଅନୁମତି ଦେଇ ସେସୁ ଚୁପ୍ ବସିଥିବାରୁ ସାମ୍ପାୱାର କମ୍ପାନୀ କାମ କରୁନଥିବା ଅଭିଯୋଗ ହୋଇଛି । ଏ ନେଇ ସାମପାୱାର ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚାହିଥିଲେ ମଧ୍ୟ ଫୋନ ଅପହଞ୍ଚ ଦୂରତାରେ ଥିବା ଜଣାପଡିବା ପରେ ସେସୁ କନିଷ୍ଟ ଯନ୍ତ୍ରୀ ଶୈଳେସ ପଟେଲଙ୍କ ସହ ଯୋଗାଯୋଗ କରିବାରୁ ସାମପାୱାର କମ୍ପାନୀ କଥା ମୁଁ କହିପାରିବି ନାହି ବୋଲି ପ୍ରକାଶ କରିଛନ୍ତି ।ଏଥିପ୍ରତି କଟକ ସେସୁ ଡିଭିଜନ ଅଧିକାରୀ ଦୃଷ୍ଟି ଦେବାକୁ ବଡଚଣା ବାସୀ ନିବେଦନ କରିଛନ୍ତି ।

Related Posts

About The Author

Add Comment