ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଭୟାଭୟ ଅଗ୍ନିକାଣ୍ଡ

Spread the love

ଭୁବନେଶ୍ୱର,10/9 (ସନ୍ଧାନ ନିୟୁଜ): ଭୁବନେଶ୍ୱର ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ରୋଷଘରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ମନ୍ଦିରର ୨୨ଟି ରୋଷଘର ପୋଡି ପାଉଁଶ ହୋଇଯାଇଛି । ହେଲେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ଅନୁଯାୟୀ ଗତକାଲି ବିଲମ୍ବିତ ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା । ତେବେ ରୋଷଘର ଚାଳଛପର ହୋଇଥିବାରୁ ଅତି ଶୀଘ୍ର ନିଆଁଟି ବ୍ୟାପିଯାଇଥିଲା । ଅନ୍ୟପଟେ ଡମକଳ ବାହିନୀ ଆସିଲା ବେଳକୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ସେତେବେଳକୁ ମନ୍ଦିରର ରୋଷଘର ସପୂର୍ଣ୍ଣ ଜଳି ଯାଇଥିଲା । ତେବେ ସାଧାରଣ ଲୋକଙ୍କ ପାଇଁ ହେଉଥିବା ଅବଢା ବନ୍ଦ ହୋଇପାରେ ବୋଲି ସୂଚନା ମିଳିଛି ।

Related Posts

About The Author

Add Comment