ବିଜେଡି ନେତାଙ୍କୁ ବୋମାମାଡ ଘଟଣା: ୩ ଅଟକ

Spread the love
ରାଉରକେଲା, ୦୮/୦୨ (ସନ୍ଧାନ ନିୟୁଜ)  : ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବୁଲୁ ଓରଫ୍ ଅଶେଷ ମହାନ୍ତିଙ୍କ ଉପରେ ବୋମାମାଡ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସହରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ସାମାଜିକ କର୍ଯ୍ୟକର୍ତ୍ତା ସହିତ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହାସହ ତଦନ୍ତରେ ଯେ କେହିବି ଆସିବେ ତାକୁ ପୋଲିସ ଗିରଫ କରିବ ବୋଲି ଏସପି ସୂଚନା ଦେଇଛନ୍ତି । ବୋମା ମାଡ଼ରେ ଗୁରୁତର ଆହତ ହୋଇଥିବା ବୁଲୁ ମହାନ୍ତିଙ୍କ ଚିକିତ୍ସା ଆଇଜିଏଚ୍‌ରେ ଚାଲିଛି । ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related Posts

About The Author

Add Comment