ସୁନ୍ଦରଗଡ ତା:୨୫/୪/୨୦୨୬( ସନ୍ଧାନ ନ୍ୟୁଜ)ଆଜି ହେଉଛି ପବିତ୍ର ସୀତା ନବମୀ। ଧରାପୃଷ୍ଠକୁ ମା’ ଜାନକୀଙ୍କ ଆଗମନର ଦିନ। ସାରା ଦେଶରେ ଆଜି ଉତ୍ସାହର ସହ ପାଳିତ ହେଉଛି ଜଗତଜନନୀ ମା’ ସୀତାଙ୍କ ଜନ୍ମୋତ୍ସବ।
ଆଜି ବୈଶାଖ ଶୁକ୍ଳ ନବମୀ। ମାନ୍ୟତା ଅନୁଯାୟୀ, ଆଜିର ଦିନରେ ମିଥିଳା ନରେଶ ଜନକ ହଳ କରୁଥିବା ସମୟରେ ପୃଥିବୀ ମଧ୍ୟରୁ ମା’ ସୀତାଙ୍କୁ ପ୍ରାପ୍ତ କରିଥିଲେ।
ସକାଳୁ ସକାଳୁ ରାମ-ସୀତାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି ମିଥିଳାଞ୍ଚଳ ଏବଂ ଅଯୋଧ୍ୟାରେ ଏହି ପର୍ବ ବେଶ୍ ଧୁମଧାମରେ ପାଳନ କରାଜାଇଥାଏ । ଶ୍ରଦ୍ଧାଳୁମାନେ ଆଜି ବ୍ରତ ରଖିବା ସହ ମା’ଙ୍କ ସୁଖ-ସମୃଦ୍ଧି ପାଇଁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ମନ୍ଦିରମାନଙ୍କରେ ସୁନ୍ଦରାକାଣ୍ଡ ପାଠ ଏବଂ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହେଉଛି । ସୀତା ମାତାଙ୍କ ଜନ୍ମରୁ ଧରାପୃଷ୍ଟ୍ ଛାଡ଼ିବା ଭିତରେ ଲୋକଙ୍କୁ ପ୍ରତିଟି ମୂହୁର୍ତ୍ତ ଧୈର୍ଯ୍ୟ ଓ ସମର୍ପଣ ଭାବ ରଖିଲେ ଜୀବନ ସୁଖମୟ ହେବାର ବାର୍ତ୍ତା ଦେଇଛନ୍ତି।
ସୀତା ନବମୀ ଅବସରରେ ଧୈର୍ଯ୍ୟ ଏବଂ ସମର୍ପଣର ସଂଚାର
|
April 25, 2026 |



