କଟକ, ୨୨/୪/୨୬ (ସନ୍ଧାନ ନ୍ୟୁଜ୍) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଫୁଲନଖରା ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପଞ୍ଚବଟୀ ବଜ଼ାର ଠାରେସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଖୋଲିଲା ସଂପୂର୍ଣ୍ଣା ଇଣ୍ଟର ନେସନାଲ ସ୍କୁଲ ଯାହାକି ଉନ୍ନତ ମାନର ଶିକ୍ଷା ସହିତ ପିଲାମାନଙ୍କ ପାଇଁ ରହିଛି ଘୋଡା ଦୌଡ,ସ୍ୱଇମିଙ୍ଗ,ଟେନିସ, ଭଲିବଲ,କ୍ରିକେଟ,ଚେସ ଭଳି ବିଭିନ୍ନ ପ୍ରତିଯୋଗିତା ମୂଳକ ଖେଳ ସହ ବୌଦ୍ଧିକ ବିକାଶ ନେଇ ପିଲା ମାନଙ୍କୁ ପ୍ଲେ ଶ୍ରେଣୀରୁ ପ୍ରସ୍ତୁତ କରାଯିବ ମତ ପୋଷଣ କରିଛନ୍ତି ସ୍କୁଲର ନିର୍ଦେଶକ ସମାଜସେବୀ ସନ୍ତୋଷ କୁମାର ରାଉତ | ଶୁଭ ଉଦଘାଟନକୁ କୁନି ପ୍ରତିଭା ସଂପୂର୍ଣ୍ଣା ରାଉତ ଫିତା କାଟି ଉଦଘାଟନ କରିଥିଲେ । ଉପସ୍ଥିତ ଥିଲେ ସଂଯୁକ୍ତା ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠାତା ବରିଷ୍ଠ ସମାଜସେବୀ ବଲ୍ଲଭ ଚନ୍ଦ୍ର ରାଉତ, ନିର୍ଦେଶକା ପଦ୍ମିନୀ ରାଉତ,ଟ୍ରଷ୍ଟ ସଦସ୍ୟ ସ୍ଵର୍ଣପ୍ରଭା ବିଶ୍ୱାଳ,ସୁରେଶ ବିଶ୍ୱାଳ, ବରିଷ୍ଠ ଶିକ୍ଷାବିତି ଶ୍ରୀକିଶୋର ଚନ୍ଦ୍ର ଦାଶ,ମୁରଲୀଧର ବେହେରା,ଅଶୋକ ମିଶ୍ର,ବରିଷ୍ଠ ସାମ୍ବାଦିକ ସନାତନ ପରିଜା,ବିଦ୍ୟୁତ ରଞ୍ଜନ ମହାନ୍ତି, କଥାପ୍ରସଙ୍ଗର ମୁଖ୍ୟ ସମ୍ପାଦକ ଡ଼ଃ. ଭବାନୀ ଶଙ୍କର ପାତ୍ର,ପ୍ରାକ୍ତନ ସରପଞ୍ଚ ଜଗନ୍ନାଥପୁର ରଶ୍ମିତା ସାହୁ,ପଞ୍ଚବଟୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅତସୀ ମିଶ୍ର,,ଯୁବସଂଗଠକ ତଥା ଆଇନଜୀବୀ ବିକାଶ ପାତ୍ର,ସୁମନ୍ତ କୁମାର ଦାସ, ସନ୍ତୋଷ କୁମାର ସାହୁ,ମନୋରଞ୍ଜନ ରାଉତରାୟ,କିଶୋର ଚନ୍ଦ୍ର ମହାନ୍ତି,ରମେଶ ରାଉତ,ଅମୁଲ୍ୟ କର, ସାହିତ୍ୟିକ ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା |
ସଂପୂର୍ଣ୍ଣା ଇଣ୍ଟର ନେସନାଲ ସ୍କୁଲର ଶୁଭ ଉନ୍ମୋଚନ ପର୍ବ ଓ ସମ୍ୱର୍ଦ୍ଧନା ସଭା ।
|
April 22, 2026 |



