ଇନ୍ଦାବତୀ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟ ବ୍ଲକ ପଡାଗଡ ନଦୀଘାଟ ନିକଟରେ ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଲିଟୀମସ୍କା ଗ୍ରାମର ରାଇସିଙ୍ଗ ମାଝୀଙ୍କ ବୋହୂ ସରୋଜିନୀ ପ୍ରସବ ସମୟ ଆସିବାରୁ ନିଜେ ଏକ ଡଙ୍ଗା ଭଡାକରି ପଡାଗଡ ନଦୀବନ୍ଧ ନିକଟକୁ ଆସିଥିଲେ । ସେ ସକାଳ ୬ ଘଣ୍ଟା ସମୟରେ ସେଠାରେ ପହଞ୍ଚିଥିଲେ । ଏବଂ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ତରଫରୁ କୌଣସି ଉତ୍ତର ନଆସିବାରୁ ପୁଣି ୧୦୮କୁ ଫୋନ କରିଥିଲେ । କିଛି ସମୟ ପରେ ୧୦୨ ଆମ୍ବୁଲାନନ୍ସ ଆସିଥିଲା । ଆମ୍ବୁଲାନ୍ସରେ ଷ୍ଟ୍ରେଚର ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ସେହି ଆମ୍ବୁଲାନ୍ସରେ ନେବା ସୁବିଧା ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରବର୍ତ୍ତି ସମୟରେ ଦିନ ୧୦ ଘଣ୍ଟା ସମୟରେ ୧୦୮ ଆମ୍ବୁଲାନ୍ସ ଆସି ମା ଏବଂ ପିଲା ଉଭୟଙ୍କୁ ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମଟର ଲଞ୍ଚ ବ୍ୟବସ୍ଥା ହୋଇଛି ମାତ୍ର କାମରେ ଆସୁନାହିଁ ବୋଲି କହିଛନ୍ତି ଏହି ଅଂଚଳବାସୀ । ୧୦ ରୁ ୧୨ ଦିନ ହେବ ଖରାପ ହୋଇ ପଡିଛି । ସରକାରଙ୍କ ଯୋଜନା କାହାପାଇଁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ ।
ତାଜା ଖବର
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୭୯.୧୬ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ
- ଭାଗବତ ଜନ୍ମ କଥା, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନର ମେରୁଦଣ୍ଡ।
- ତଲସରା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ‘ବନ୍ଦେ ମାତରମ୍’ ଗୀତ ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକ କାର୍ଯ୍ୟକ୍ରମ
- JAJPUR SUB-COLLECTOR OFFICE STAFFER NABBED BY ODISHA VIGILANCE WHILE TAKING BRIBE RS. 40,000/- TO FACILITATE PERMISSION FOR PURCHASE OF LAND OF A SCHEDULED CASTE LAND OWNER.



