ଇନ୍ଦାବତୀ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟ ବ୍ଲକ ପଡାଗଡ ନଦୀଘାଟ ନିକଟରେ ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଲିଟୀମସ୍କା ଗ୍ରାମର ରାଇସିଙ୍ଗ ମାଝୀଙ୍କ ବୋହୂ ସରୋଜିନୀ ପ୍ରସବ ସମୟ ଆସିବାରୁ ନିଜେ ଏକ ଡଙ୍ଗା ଭଡାକରି ପଡାଗଡ ନଦୀବନ୍ଧ ନିକଟକୁ ଆସିଥିଲେ । ସେ ସକାଳ ୬ ଘଣ୍ଟା ସମୟରେ ସେଠାରେ ପହଞ୍ଚିଥିଲେ । ଏବଂ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ତରଫରୁ କୌଣସି ଉତ୍ତର ନଆସିବାରୁ ପୁଣି ୧୦୮କୁ ଫୋନ କରିଥିଲେ । କିଛି ସମୟ ପରେ ୧୦୨ ଆମ୍ବୁଲାନନ୍ସ ଆସିଥିଲା । ଆମ୍ବୁଲାନ୍ସରେ ଷ୍ଟ୍ରେଚର ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ସେହି ଆମ୍ବୁଲାନ୍ସରେ ନେବା ସୁବିଧା ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରବର୍ତ୍ତି ସମୟରେ ଦିନ ୧୦ ଘଣ୍ଟା ସମୟରେ ୧୦୮ ଆମ୍ବୁଲାନ୍ସ ଆସି ମା ଏବଂ ପିଲା ଉଭୟଙ୍କୁ ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମଟର ଲଞ୍ଚ ବ୍ୟବସ୍ଥା ହୋଇଛି ମାତ୍ର କାମରେ ଆସୁନାହିଁ ବୋଲି କହିଛନ୍ତି ଏହି ଅଂଚଳବାସୀ । ୧୦ ରୁ ୧୨ ଦିନ ହେବ ଖରାପ ହୋଇ ପଡିଛି । ସରକାରଙ୍କ ଯୋଜନା କାହାପାଇଁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ ।
Related Posts
କୋଭିତ୍ ସମୟରେ ବାରିପଦାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ : କଟକଣା ଯେତେ କୋହଳ, ଉଲ୍ଲଘନକାରୀଙ୍କ ସଂଖ୍ୟା ସେତେ ବଢୁଛି
ଏଣିକି ଆଚାର୍ଯ୍ୟ ହରିହର କର୍କଟ ରୋଗ ଅନୁଷ୍ଠାନରେ ମିଳିବ ମାଗଣା ଏମଆରଆଇ, ସିଟି ସ୍କାନ୍ ସେବା
ଦୀର୍ଘ ୨୮ ଘଣ୍ଟା ଖୋଜାଖୋଜି କରିବା ପରେ : ୧୫ କିଲୋମିଟର ତଳେ ମିଳିଥିଲା ଘନଶ୍ୟାମଙ୍କର ମର ଶରୀର



