ଇନ୍ଦାବତୀ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟ ବ୍ଲକ ପଡାଗଡ ନଦୀଘାଟ ନିକଟରେ ଜଣେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଲିଟୀମସ୍କା ଗ୍ରାମର ରାଇସିଙ୍ଗ ମାଝୀଙ୍କ ବୋହୂ ସରୋଜିନୀ ପ୍ରସବ ସମୟ ଆସିବାରୁ ନିଜେ ଏକ ଡଙ୍ଗା ଭଡାକରି ପଡାଗଡ ନଦୀବନ୍ଧ ନିକଟକୁ ଆସିଥିଲେ । ସେ ସକାଳ ୬ ଘଣ୍ଟା ସମୟରେ ସେଠାରେ ପହଞ୍ଚିଥିଲେ । ଏବଂ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ତରଫରୁ କୌଣସି ଉତ୍ତର ନଆସିବାରୁ ପୁଣି ୧୦୮କୁ ଫୋନ କରିଥିଲେ । କିଛି ସମୟ ପରେ ୧୦୨ ଆମ୍ବୁଲାନନ୍ସ ଆସିଥିଲା । ଆମ୍ବୁଲାନ୍ସରେ ଷ୍ଟ୍ରେଚର ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ସେହି ଆମ୍ବୁଲାନ୍ସରେ ନେବା ସୁବିଧା ନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରବର୍ତ୍ତି ସମୟରେ ଦିନ ୧୦ ଘଣ୍ଟା ସମୟରେ ୧୦୮ ଆମ୍ବୁଲାନ୍ସ ଆସି ମା ଏବଂ ପିଲା ଉଭୟଙ୍କୁ ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ମଟର ଲଞ୍ଚ ବ୍ୟବସ୍ଥା ହୋଇଛି ମାତ୍ର କାମରେ ଆସୁନାହିଁ ବୋଲି କହିଛନ୍ତି ଏହି ଅଂଚଳବାସୀ । ୧୦ ରୁ ୧୨ ଦିନ ହେବ ଖରାପ ହୋଇ ପଡିଛି । ସରକାରଙ୍କ ଯୋଜନା କାହାପାଇଁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଅଂଚଳବାସୀ ।
Related Posts
ଭଙ୍ଗା କୁଡ଼ିଆର ବିତୁଛି ଅସହାୟ ଧିରମଣିଙ୍କ ଜୀବନ , ଗୁହାରି ଶୁଣୁନି ପ୍ରଶାସନ
ସୁସ୍ଥ ଓ ସ୍ୱଚ୍ଚ୍ଥ ପରିବେଶ ପାଇଁ ପଥପ୍ରାନ୍ତ ନାଟକ ପରିବେଷିତ ।
ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସର ଏରୋସ୍ପେସ୍ ଲ୍ୟାବ୍ରେ ବିସ୍ଫୋରଣ, ବୈଜ୍ଞାନିକ ମୃତ



