ତାସ୍‌ ଖେଳରୁ ମହାଭାରତ

Spread the love
  •  
  •  
  •  
  •  
  •  

ନୀଳଗିରି, 18.01.2021(ସନ୍ଧାନ ନିଉଜ୍ /  ଲିଙ୍ଗରାଜ ପଣ୍ଡା) : ତାସ୍‌ ଖେଳରୁ ମହାଭାରତ । ସାମାନ୍ୟ କଥାରୁ  ଯୁବକଙ୍କୁ କୁକୁଡ଼ା କାତି (ଚାପଡ଼)ରେ ଆକ୍ରମଣ କରି ହତ୍ୟା ଘଟଣା । ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଶନିବାର ରାତିରେ ଅଭିଯୁକ୍ତକୁ ଧରିଛି ପୋଲିସ । ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଗତ ୯ ତାରିଖରେ ତାସ ଖେଳକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା । ତଇଲାସାହି ଗାଁର କୁନା ଭୋଳ ୯ ତାରିଖ ଦିନ ଘରୁ ବାହାରିବା ବେଳେ ତାଙ୍କ ସମ୍ପର୍କୀୟ ତଥା ପଡୋଶୀ ଗଣେସା ସିଂ ତାଙ୍କୁ  ଅଟକ ରଖିଥିଲେ , ଏବଂ ଏକ ଧାରୁଆ ଅସ୍ତ୍ରରେ  ଆକ୍ରମଣ କରିଥିଲା । ଏମିତି ଧାରୁଆ ଅସ୍ତ୍ରଟି ଛାତିରେ ଭୂଷି ଦେଇଥିଲେ। ଯାହାଫଳରେ କି ସେ  ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତି କରାଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ତାସ୍‌ ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ବୋଲି ମୃତକଙ୍କ ଭାଇ ଅଭିଯୋଗ କରିଥିଲେ । ଏପିରିକି ତାଙ୍କ ଝିଆରୀଙ୍କ ମଧ୍ୟ ଆକ୍ରମଣ କରିବା ପାଇଁ ଯୋଜନା ମଧ୍ୟ କରାଯାଇଥିଲା । ପୋଲିସ ଘଟଣା ସ୍ଥଳକୁ ଯିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଥିଲା। ସେପଟେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଏବଂ ଏଥିପାଇଁ ଏକ ଟିମ୍‌ ମଧ୍ୟ ଗଠନ କରିଥିଲା । ଶେଷରେ ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଗଣେଷା ମକପଦା ଗାଁରେ ଥିବା ଶ୍ୱଶୁର ଘରେ ଶୋଇଥିବା ଖବର ପାଇଥିଲେ । ଶୋଇଥିବା ବେଳେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ । ଗିରଫ ପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ତାସ୍‌ ଖେଳରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା , ଏବଂ ସେ ହିଁ କୁକୁଡ଼ା କାତିରେ ଭୂଷି ହତ୍ୟା କରିଛି ବୋଲି କହିଥିଲା । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି କହିଛନ୍ତି ।

Related Posts

About The Author

Add Comment