ମନ୍ଦିର ରେ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ଜନ ଅସନ୍ତୋଷ ବୃଦ୍ଧି

Spread the love

ତିହିଡ଼ି  ୧/୧୧ /୨୬ (ସନ୍ଧାନ ନ୍ୟୁଜ)  ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ନାୟକ ସାହି ମା ମଙ୍ଗଳା ମନ୍ଦିର ରେ ସନ୍ଧ୍ୟା ସମୟରେ ଡାକ ବାଜି ଯନ୍ତ୍ର ବାଜିବା କୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବହୁ ଲୋକ ମନ୍ଦିର ପରିଚାଳନା କମିଟି କୁ ମ୍ୱାର ମ୍ବାର କହିବା ପରେ ମଧ୍ୟ ଡାକ ବାଜି ଯନ୍ତ୍ର ବାଜିବା ଜନ ଅସନ୍ତୋଷ ର କାରଣ ପାଲଟିଛି। ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ ଘରେ ରହି ପାଠ ପଢନ୍ତି କିନ୍ତୁ ଡାକ ବାଜି ଯନ୍ତ୍ର ବାଜିବା ଦ୍ବାରା ସେମାନଙ୍କ ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହେଉଛି। ଏ ସମ୍ପର୍କରେ ରେ ତିହିଡ଼ି ଥାନା ଆଇ ଆଇ ସି ଲୋପାମୁଦ୍ରା ନାୟକ ଙ୍କୁ ଅବଗତ କରାଯାଇଛି। ତିହିଡ଼ି ଥାନା ଏ ସଂପର୍କ ରେ ବିଧିବଦ୍ଧ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଜନସାଧାରଣ ଦାବି କରି ଆସୁଛନ୍ତି। ଯଦି ତିହିଡ଼ି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ହୁଅନ୍ତି ତେବେ ଅଦାଲତ କୁ ଯିବୁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Related Posts

About The Author

Add Comment