ବ୍ରାହ୍ମଣୀ ନଦୀରୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର: ତଦନ୍ତ ଜାରି ରଖିଛି ଜେନାପୁର ପୋଲିସ

Spread the love

​ଜେନାପୁର /୧୧/୮/(ସନ୍ଧାନ ନ୍ୟୁଜ ): ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ମାଳହାଟ ଡଙ୍ଗା ଘାଟ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ଆଜି ଏକ ଅଜଣା ପୁରୁଷଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
​ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଗ୍ରାମର କିଛି ମହିଳା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ, ନଦୀ କୂଳରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ। ମୃତଦେହଟି ଅଧିକ ଗଳିତ ଅବସ୍ଥାରେ ରହିଥିବାରୁ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ। ମହିଳାମାନେ ତୁରନ୍ତ ଏହି ବିଷୟରେ ଗ୍ରାମବାସୀଙ୍କୁ ଜଣାଇବା ସହ ଜେନାପୁର ପୋଲିସକୁ ଅବଗତ କରିଥିଲେ।
​ଖବର ପାଇ ଜେନାପୁର ଥାନା ଅଧିକାରୀ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହକୁ ଜବଦ କରିବା ସହ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
​ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତକଙ୍କ ପରିଚୟ ବାହାର କରିବା ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Related Posts

About The Author

Add Comment