ବିଏସଏନଏଲ ଟାୱାର ଖୁଣ୍ଟ ଥାଇ ଚଳୁନି ନେଟ ସେବା ବ୍ୟାହତ, ଜନ ସାଧାରଣ ଅସନ୍ତୋଷ

Spread the love

ସୁନ୍ଦରଗଡ଼ ତା:୨୦-୦୯-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ବିରକାଳଡ଼ିହି ବସ୍ତି ରେ ଲଗାଯାଇଛି ବିଏସଏନଏଲ ଟାୱାର ଖୁଣ୍ଟ କିନ୍ତୁ ଅଞ୍ଚଳରେ ଲାଗୁନି ବିଏସଏନଏଲ ଫୋନ କିମ୍ବା ଚାଲୁନି ନେଟ l ଏ ନେଇ ଅଞ୍ଚଳର ଜନ ସାଧାରଣ ହଇରାଣ ହରକତ ହେଉଥିବା ସୂଚନା ମିଳିଛି l ବିଏସଏନଏଲ କମ୍ପାନୀ ଜନ ସାଧାରଣ ଙ୍କ ସୁବିଧା ପାଇଁ ବିରକାଳଡ଼ିହି ବସ୍ତି ଠାରେ ଟାୱାର ଖୁଣ୍ଟ ଲଗାଇଛନ୍ତି କିନ୍ତୁ ଏହାର ଠିକ ସମୟରେ ରକ୍ଷଣା ବେକ୍ଷଣା ହେଉ ନ ଥିବା ବେଳେ ଅଞ୍ଚଳରେ ଠିକ ହିସାବରେ ଫୋନ କିମ୍ବା ନେଟ ଚାଲୁ ନ ଥିବା ଗ୍ରାମବାସି କହିଛନ୍ତି l ଆଗରୁ କିଞ୍ଜିରକେଲା, ତିଳଡେଗା, ଧୂବେନଦାଣ୍ଡ, କରୁଆ ବାହାଲ, ବନ୍ଧବାହାଲ ତିଳେଇକାନୀ ତଥା ଅନ୍ୟାନ୍ୟ ଅଞ୍ଚଳ ମାନଙ୍କରେ ଭଲ ଟାୱାର, ଫୋନ କିମ୍ବା ନେଟ ଚାଲୁଥିଲା କିନ୍ତୁ କିଛି ବର୍ଷ ପରେ ସବୁ ଅଞ୍ଚଳ ରେ ଫୋନ, ନେଟ, ଟାୱାର ଚାଲୁନି ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି l ଅତି ଶୀଘ୍ର ଏହି ଟାୱାର ପ୍ରତି ଧ୍ୟାନ ଦେଇ ସୁଚାରୁ ରୂପେ ଚଲା ଯାଉ ବୋଲି କମ୍ପାନୀ କୁ ଗ୍ରାମବାସି ଦାବି କରିଥିବା ଜଣା ପଡ଼ିଛି ।

Related Posts

About The Author

Add Comment