ବରିଷ୍ଟ କଂଗ୍ରେସ୍ କର୍ମୀ ସୁନାକର ସାମଲ ଙ୍କ ବିୟୋଗରେ ଶୋକ

Spread the love

ଯାଜପୁର ୧୪/୧୦/୨୬ (ସନ୍ଧାନ ନ୍ୟୁଜ)   ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ପାଖର ପଂଚାୟତ ଓସରା ଗ୍ରାମର ବରିଷ୍ଠ କଂଗ୍ରେସ୍ କର୍ମୀ ସୁନାକର ସାମଲ ଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ମୃତ୍ୟୁ ଖବର ପାଇ ଧର୍ମଶାଳା ବ୍ଲକ୍ କଂଗ୍ରେସ୍ ସଭାପଟି ସଞ୍ଜୟ କୁମାର୍ ରାଉତ ତାଙ୍କ ବାସ ଭବନ ନିକଟରେ ପହଞ୍ଚି ତାଙ୍କ ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ଅମର ଆତ୍ମାର ସଡଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଙ୍କ ମୃତ୍ୟୁରେ ଧର୍ମଶାଳା ନିର୍ବାଚନମଣ୍ଡଳୀର କଂଗ୍ରେସ୍ ନେତ୍ରୀ ତଥା ଏ ଆଇ ସି ସି ସଭ୍ୟ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟ, , ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀନାଥ ମିଶ୍ର, କଂଗ୍ରେସ୍ ନେତା କିଶାନ ପଣ୍ଡା, ନକୁଳ ନାୟକ,, ସତ୍ୟାନନ୍ଦ ମଲ୍ଲିକ, ଯୁଗଳ ମଲ୍ଲିକ, ଶିବରାମ ସାହୁ,ବିଜୟ ଦାସ, ମୋହନ ଖିଲାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ମରଶରୀର କୁ ନିଜ ଗ୍ରାମରେ ଶୋଭାଯାତ୍ରା କରାଯାଇ ଗ୍ରାମ ଶ୍ମଶାନ କୁ ନିଆଯାଇ ଶବ  ସତ୍କାର କରାଯାଇ ଥିଲା। ତାଙ୍କ ବଡ ପୁଅ ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ। ସୁନାକର ସାମଲ ଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଅନ୍ୟ ୨ପୁତ୍ର, ଦୁଇ ବୋହୂ, ଚାରି ଝିଅ ସହିଟ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ

Related Posts

About The Author

Add Comment