ପ୍ରବଳ ବର୍ଷା ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵ ଜଳ ମଗ୍ନ,, ଚାଷ ଜମି ନଷ୍ଟ

Spread the love

ଚଣ୍ଡିଖୋଲ ୧୦/୮/୨୬ (ସନ୍ଧାନ ନ୍ୟୁଜ)   ଦୀର୍ଘ ୩ଦିନ ଧରି ପ୍ରବଳ ବର୍ଷା ହେବାରୁ ୧୬ଓ ୫୩ନମ୍ବର ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଥିବା ହଜାର ହଜାର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇଥିବାରୁ ଚାଷୀ କୁଳ ଆଜି ବଡ଼ ଅସୁବିଧାରେ ପଡ଼ିଛନ୍ତି। ଛତିଆ ଠାରୁ ଚଣ୍ଡିଖୋଲ ଚ୍ଚକ ପର୍ଯ୍ୟନ୍ତ, ବନ୍ଦାଲୋ, ବଦଘୁମୁରି, ଚଂପାପୂର୍ , ବଡ଼ଚଣା,ଧାମ ମଣ୍ଡଳ, ବଡ଼ଚଣା, ସୁଙ୍ଗୁଦା ପଞ୍ଚାୟତ ର ବନ୍ଦଲୋ, ଗଣାସ, ହାଟ କରନ୍ଦା, ଦିହ କରନ୍ଦା, ରମ୍ଭା ଦେଇପୂର୍ ,ଗୋପୀନାଥପୁର, ମଙ୍ଗରାଜପୁର, ଅହମଦପୂର୍, ନୂଆଗାଁ, ସକୁନ୍ତଲାପୂର୍, ବଦଘୁମୁରୀ,ପୁରୁଷୋତ୍ତମପୁର,, ଦିଗମ୍ବରପୁର ,,ବିଦ୍ୟାଧରପୂର୍, ଜଗନ୍ନାଥପୁର, ପାଇକରାପୂର୍, ବାଙ୍ଗୁରଗୁଣ୍ଠା, ବିଲିକଣ,ଓଲର,ସାତାଲଣ୍ଡା, ପ୍ରଭୃତି ଗ୍ରାମ ରାସ୍ତା ଓ ସମସ୍ତ ଚାଷ ଜମି ରେ ସମ୍ପୂର୍ଣ୍ଣ ଜଳ ମଗ୍ନ ଅବସ୍ଥାରେ ରହିଛି, କେତେକ ସ୍କୁଲ ପାଣି ଘେରରେ ଥିବାରୁ ଛାତ୍ର ଛାତ୍ରୀ ମାନେ ଯାଇ ପାରୁ ନାହାଁନ୍ତି। ଗେଙ୍ଗୁଟି ନଦୀ ଓ ତାର ଶାଖା ନଦୀରେ ଜଳସ୍ତର ଅଧିକ ଥିବାରୁ ସାଧାରଣ ଲୋକ ମାନେ ନିଜ ବାସଗୃହ ବ୍ୟତୀତ ବାହାରକୁ ଯିବା ସମ୍ଭବ ନୁହେଁ। ଗ୍ରାମ ମଧ୍ୟରେ ଯେଉଁ ମାନେ ଗୃହପାଳିତ ଗୋରୁ, ଗାଈ ରଖିଛନ୍ତି ସେମାନେ ଗୋ ଖାଦ୍ୟ ମଧ୍ୟ ଗୋରୁ ଗାଈମାନଙ୍କୁ ଦେଇପାରୁନାହାନ୍ତି। ଏ ନେଇ ଜନସାଧାରଣ ବିଭିନ୍ନ ପ୍ରକାରର ଅସୁବିଧାରେ କାଳାତିପାତ କରିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ୧୬ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ସମୂଦ୍ର ପରି ଦେଖାଯାଉଛି। ସେହିପରି ୫୩ନମ୍ବର ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ସମ୍ପୂର୍ଣ୍ଣ ଜଳ ମଗ୍ନ ଅବସ୍ଥାରେ ରହିଛି, କ୍ଷେତ୍ରପାଳ ପଞ୍ଚାୟତ ର ଶ୍ରୀରାମପୁର, ବ୍ରହ୍ମପୁର ଗ୍ରାମ ରାସ୍ତା ବୁଡି ରହିଛି ଏବଂ ଚାଷ ଜମି ଉପରେ ୪ଫୁଟ ପାଣି ରହିଥିବାରୁ ଏ ବର୍ଷ ଧାନ ଫସଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି, କଣ୍ଟି ଗାଡିଆ ପଞ୍ଚାୟତ ର ପିପଳି ଢିଆ, ପାଇକରାପୁର ଗ୍ରାମର ଚାଷ ଜମି ଜଳମଗ୍ନ, ଶାନ୍ତିପୂର୍ ପଞ୍ଚାୟତ ର ଚାଷୀ ମାନେ ମଧ୍ୟ ଜଳ ଘେରରେ ରହିଛନ୍ତି ଆରଖପୁର ପଞ୍ଚାୟତ ର ପଦ୍ମଲଭପୂର୍, ବନ୍ଧା,ସୂର୍ଖାଦେଇପୂର୍,ଗୌଡ଼ପାଟଣା, ଆରଖପୁର୍ ବଜାର, ସାନ ବ୍ରାହ୍ମଣୀ, ଛୋଟରାଇପୂର୍, କୁନ୍ଦଳ ପଞ୍ଚାୟତ ର ହରିପୁର, ସାଇକା,ଗରଗାଲି ର ଚାଷୀ ମାନେ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି, ଅଣକା ପଞ୍ଚାୟତ ର ରହାଲ୍, ମହିପୂର୍, ଆଣକା, ଗ୍ରାମ ରାସ୍ତା ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇଥିବାରୁ ସାଧାରଣ ଲୋକ ମାନେ ଚିନ୍ତାରେ ଅଛନ୍ତି, ମାଣ୍ଡୁକା ପଞ୍ଚାୟତ ର ଭାକୁଡ଼, ଦୌଲତ ପୁର କୃଷ୍ଣଡାସପୂର୍ ଗ୍ରାମର ସାଧାରଣ ଲୋକ ମାନେ ଅସୁବିଧାରେ ପଡ଼ିଛନ୍ତି, ହଜାର ହଜାର ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇ ଥିବାରୁ ଚାଷୀ ମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଯେଉଁଠି ଧାନ ତଳି ପକାଇଥିଲେ ତା ଉପରେ ପ୍ରାୟ ୩ଫୁଟ ଜଳ ରହିଛି, ଚାଷୀ ତଳି ନପାଇଲେ କେମିତି ରୋଇବା ସେ ଚିନ୍ତାରେ ଚାଷୀ କୁଲ ବୋଲି ସାଧାରଣରେ ଅଭିଯୋଗ ହେଉଛି। ପ୍ରବଳ ବର୍ଷା ଓ ନଦୀ ବନ୍ୟାରେ ପ୍ରପୀଡ଼ିତ ଚାଷୀ କୂଳକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଚାଷୀ ମାନେ ଦୃଢ଼ ଦାବୀ କରିଛନ୍ତି

Related Posts

About The Author

Add Comment