ପାଇପ ବୋଝେଇ ଟ୍ରକରେ ଭୟାବହ ଅଗ୍ନିକାଣ୍ଡ

Spread the love

ସୁନ୍ଦରଗଡ ତା:୧୧/୮/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ସବଡେଗା ନିକଟ ରଣପୁର ନିକଟରେ ପାଇପ୍ ବୋଝେଇ ଟ୍ରକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଟ୍ରକ ତି ସମ୍ପୂର୍ଣ ଜଳିଯାଇଥିଲା ସୂଚନା ମିଳିଛି । ଆଜି ପ୍ରାୟ ୩ଟା ସମୟରେ କରମଡିହି ରୁ ସବଡେଗା ଅଭିମୁଖେ ଏହି ପାଇପ୍ ବୋଝେଇ ଟ୍ରକ୍ ଯାଉଥିବା ବେଳେ ଘଟିଛି ଏହି ଅଗ୍ନିକାଣ୍ଡ ।ଘଟଣା ସ୍ଥଳରେ ସବଡେଗା ଅଗ୍ନିଶମ ବିଭାଗ ପହଞ୍ଚି ଅନେକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡ ସଟ ସର୍କିଟ ହେବା କାରଣରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଚାଳକ ଓ ତାର ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।ଘଟଣା ସ୍ଥଳରେ ତଳସରା ପୋଲିସ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

Related Posts

About The Author

Add Comment