Homeଜିଲ୍ଲା ପରିକ୍ରମାଯାଜପୁରନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ ନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ Manas Kumar Rout | May 25, 2019 | Spread the love ଯାଜପୁର, ୨୫ /୫ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) କଳିଙ୍ଗ ନଗର ସ୍ଥିତ ଇସ୍ପାତ କାରଖାନାରେ ଆଜି ସକାଳ ପ୍ରାୟ ୮ .୪୦ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ କାରଖାନାର ଜଣେ ମହିଳା କର୍ମଚାରୀଙ୍କର ମୃତ୍ୟୁ ଘଟିଛି , ସେ ଦୀର୍ଘ ଆଠ ଦଶ ବର୍ଷ ହେବ ନିଳାଞ୍ଚଳ ଇସ୍ପାତ କାରଖାନାରେ ଏସ୍ ମେସ୍ ସି ସି ପି ସାଇଟି୍୍ ରେ ଓସିଟି ରୂପେ କାର୍ଯ୍ୟ କରିଆସୁଥିଲେ । ସେ ଆଜି ସକାଳେ ପ୍ରତେକ ଦିନପରି ଆଜି ମଧ୍ୟ କାର୍ଯ୍ୟକୁ ଯାଇଥିଲେ ।ସେ ପଂଚିଙ୍ଗି ମାରିସାରି ସାଇଟି ଉପରକୁ ଗଲାବେଳକୁ ହଟାତ ଏକ ମାଲେ ବୋଝେଇ ଟ୍ରେନ ଦ୍ରୁତଗତିରେ ଆସି ତାଙ୍କ ଉପରେ ମାଡି ଯାଇଥିଲା । ସେଠାରେ କୌଣସି ଗେଟେ କିମ୍ବା ବାଡ଼ ନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।ତାଙ୍କ ଘର ଧର୍ମଶାଳା ବ୍ଲକ ଜେନାପୁର ଥାନା ରଖିଦେଇପୁର ପାଞ୍ଚାୟତ ପାଇକରାପୁର ଗ୍ରାମର କାଳନ୍ଦୀ ରାଉତଙ୍କ ଝିଅ ଅର୍ଣ୍ଣଙ୍ଗ ମଞ୍ଜରୀ ରାଉତ ୩୭ ବୋଲି ଜଣା ପଡ଼ିଛି । ସେ କଲିକତାର ଦୁର୍ଗା ପୁରରେ ବିଭାହ କରିଥିଲେ ।ତାଙ୍କ ସ୍ୱାମୀ ଅର୍ବାନ କୁମାର ଘୋଷ ସେ ସେହି କାରଖାନାରେ ଆଗରୁ କାମ କରୁଥିବା ଜଣା ପଡ଼ିଛି ,ଏବେ ସେ ପାଟଣା ରାଞ୍ଚୀରେ ଆଉ ଏକ କାରଖାନାରେ କାର୍ଯ୍ୟ କରୁଛନ୍ତି ।ସେ ନିକଟସ୍ଥ ଦାନଗଦିରେ ତାଙ୍କର ଏକ ୧୧ ମାସର ଛୋଟ ଝିଅକୁ ଧରି ରହୁଥିଲେ । Related Posts ନୀଳାଚଳ ଇସ୍ପାତ ନିଗମ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ March 13, 2026 | Santosh Rout | ଅଧିକ ପଢନ୍ତୁ ଭଦ୍ରକ: ବିଭିନ୍ନ ସ୍ଥାନରେ ଗଣେଶ ପୂଜା :ସିଦ୍ଧିବିନାୟକ, କାଞ୍ଚନ, ବୁଢ଼ା, ଟୋକା, ପିଲା, ଛୁଆ, କୁନି, ବାଲ ଗଣେଶରେ କମ୍ପିଲା ସହର September 3, 2019 | Manas Kumar Rout | ଅଧିକ ପଢନ୍ତୁ Special Train Between Bhubaneswar And Bangiriposi From Jan 12 January 9, 2021 | 2005lindadavis1989 | ଅଧିକ ପଢନ୍ତୁ ମାଓବାଦୀ ପିସ୍ତଲ ଦେଖାଇ ଦୁଇ ଲକ୍ଷ ଟଙ୍କା ଦାବି,ହତ୍ୟା ଧମକ June 11, 2021 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ଭଦ୍ରକ: ବିଭିନ୍ନ ସ୍ଥାନରେ ଗଣେଶ ପୂଜା :ସିଦ୍ଧିବିନାୟକ, କାଞ୍ଚନ, ବୁଢ଼ା, ଟୋକା, ପିଲା, ଛୁଆ, କୁନି, ବାଲ ଗଣେଶରେ କମ୍ପିଲା ସହର September 3, 2019 | Manas Kumar Rout | ଅଧିକ ପଢନ୍ତୁ
Special Train Between Bhubaneswar And Bangiriposi From Jan 12 January 9, 2021 | 2005lindadavis1989 | ଅଧିକ ପଢନ୍ତୁ