ଧର୍ମପରାୟଣା ମହିଳାଙ୍କ ପରଲୋକ

Spread the love
ବରଗଡ ୧୬/୯/୨୬ (ସନ୍ଧାନ ନ୍ୟୁଜ)  ମାଣ୍ଡୋସିଲ ଗ୍ରାମପଞ୍ଚାୟତର ଧାରୋଲ ଗ୍ରାମରେ ବିବି ବାରିକଙ୍କ ୭୫ ବର୍ଷ ବୟସରେ ଗଣେଷ ପୂଜା ଦିନ ଦେହାନ୍ତ ଘଟିଛି ।ତାଙ୍କ ପଛରେ ସେ ଦୁଇ ପୁଅ , ବୋହୂ, ସ୍ୱାମୀ ,ଝିଅ, ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ସେ ପୂର୍ବତନ ଜିଲ୍ଲାପରିଷଦ ମନୋଜ ବାରିକଙ୍କ ମାଆ ଓ ଜୟପ୍ରକାଶ ବାରିକଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କ ବଡ଼ ପୁଅ ଶାନ୍ତ ବାରିକ ମୁଖାଗ୍ନି ଦେଇଥିବା ବେଳେ ଧାରୋଲ ଗ୍ରାମରେ ଅନ୍ତିମ ସଂସ୍କାରରେ ଅନେକ ଲୋକ ଉପସ୍ଥିତ ରହି ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ । ସେ ସ୍ୱଭାବରେ ଜଣେ ସରଳ,ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ ।

Related Posts

About The Author

Add Comment