ବରଗଡ ୧୬/୯/୨୬ (ସନ୍ଧାନ ନ୍ୟୁଜ) ମାଣ୍ଡୋସିଲ ଗ୍ରାମପଞ୍ଚାୟତର ଧାରୋଲ ଗ୍ରାମରେ ବିବି ବାରିକଙ୍କ ୭୫ ବର୍ଷ ବୟସରେ ଗଣେଷ ପୂଜା ଦିନ ଦେହାନ୍ତ ଘଟିଛି ।ତାଙ୍କ ପଛରେ ସେ ଦୁଇ ପୁଅ , ବୋହୂ, ସ୍ୱାମୀ ,ଝିଅ, ଓ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ସେ ପୂର୍ବତନ ଜିଲ୍ଲାପରିଷଦ ମନୋଜ ବାରିକଙ୍କ ମାଆ ଓ ଜୟପ୍ରକାଶ ବାରିକଙ୍କ ଧର୍ମପତ୍ନୀ ଅଟନ୍ତି । ତାଙ୍କ ବଡ଼ ପୁଅ ଶାନ୍ତ ବାରିକ ମୁଖାଗ୍ନି ଦେଇଥିବା ବେଳେ ଧାରୋଲ ଗ୍ରାମରେ ଅନ୍ତିମ ସଂସ୍କାରରେ ଅନେକ ଲୋକ ଉପସ୍ଥିତ ରହି ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ । ସେ ସ୍ୱଭାବରେ ଜଣେ ସରଳ,ମିଷ୍ଟଭାଷୀ ଓ ପରୋପକାରୀ ମହିଳା ଥିଲେ ।
Related Posts
ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ
ପରିକ୍ରମା ପକ୍ଷରୁ ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ଙ୍କ ୪୫ତମ ପୁଣ୍ୟ ତିଥି ପାଳିତ
ଟ୍ରକ ଧକ୍କା ଦେବାରୁ ଗ୍ୟାରେଜ ମାଲିକର ମୃତ୍ୟୁ ଘଟିଲା



