ତୁମଳିଆ ର ଏକ ବ୍ୟବସାୟୀ ଘରେ ଚୋରି , ତଲସରା ଥାନା ରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୨୩-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ ତା:୨୨-୦୬-୨୦୨୬ରିଖ ସୋମବାର ଦିନ ରାତି ପ୍ରାୟ ୧୨ ଟା ସମୟ ରେ ଜଣେ ବ୍ୟକ୍ତି ଙ୍କ ଘର ଛପର ତାଡି ଦୁଇ ଲକ୍ଷ ନବେ ହଜାର ଟଙ୍କା ଚୋରି କରି ନେଇଯାଇଥିବା ନେଇ ଆଜି ସକାଳେ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି l ପାଇଥିବା ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ତୁମଳିଆ ଗ୍ରାମ ର ରଂଜିତ ରାଉତ ଜଣେ ବ୍ୟବସାୟୀ l ସେ ସୋମବାର ଦିନ ବ୍ୟବସାୟ କରି ସନ୍ଧ୍ୟା ରେ ଘରକୁ ଫେରି ସାମାନ ବିକ୍ରି ହୋଇଥିବା ଟଙ୍କା କୁ ଗଣତି କରି ଏକ ବ୍ୟାଗ ରେ ରଖିଦେଇ ଖିଆପିଆ ସାରି ଶୋଇ ପଡ଼ିଥିବା ବେଳେ ପ୍ରାୟ ରାତି ୧୨ଟା ସମୟ ରେ ଅଞ୍ଚଳ ଶୂନଶାନ ହୋଇଯିବା ପରେ କେହି ଦୁର୍ବୁତ୍ତ ଛପର ଫାଡି ଦୁଇ ଲକ୍ଷ ନବେ ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ସୂଚନା ମିଳିଛି l ମଙ୍ଗଳବାର ସକାଳେ ଶେଜ ରୁ ଉଠି ଦେଖିଲା ବେଳକୁ ବ୍ୟାଗ ରେ ଟଙ୍କା ନାହିଁ କିନ୍ତୁ ବ୍ୟାଗ ଅଛି l ଏନେଇ ଆଜି ସକାଳେ ସେ ତଲସରା ଥାନା କୁ ଆସି ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି l ଅଭିଯୋଗ ପାଇ ତଲସରା ପୋଲିସ ଏକ କେଶ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଖବର ମିଳିଛି l ରଞ୍ଜିତ ରାଉତ ଙ୍କ ପଡୋଶୀ ରେ ଚାରି ଜଣଙ୍କ ଘର ଥିବା ବେଳେ ପଡୋଶୀ ଘରର ବ୍ୟକ୍ତି ମାନେ ସବୁ ସମୟରେ ରହି ସମସ୍ତ କାର୍ଯ୍ୟ କଳାପ ଉପରେ ନଜର ରଖି ଥାନ୍ତି l ସେମାନଙ୍କ ଭିତରୁ ଏହି ଚୋରି ମାମଲା ରେ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରିଛନ୍ତି ରଞ୍ଜିତ ରାଉତ l

Related Posts

About The Author

Add Comment