ସୁନ୍ଦରଗଡ଼ ତା:୦୩-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ତିଳେଇକାନୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧନିଆଁ ପୁଞ୍ଜି ଗ୍ରାମ ରେ ଭଲ ରାସ୍ତା ନାହିଁ l ଏହି ଗ୍ରାମ ରେ ହାରାହାରି ୩୦୦ରୁ ଅଧିକ ଲୋକ ବସବାସ କରନ୍ତି l ପଞ୍ଚାୟତ, ବ୍ୟାଙ୍କ, ବଜାର ହାଟ ତଥା ପିଲାଏ ବିଦ୍ୟାଳୟ, ମହାବିଦ୍ୟାଳୟ ସବୁ ସମୟରେ ଏହି ରାସ୍ତା ରେ ଯା ଆସ କରନ୍ତି l ବର୍ଷା ଦିନେ ଏହି ଗ୍ରାମର ରାସ୍ତାରେ ଚଳ ପ୍ରଚଳ ହୋଇ ପାରେ ନାହିଁ କାରଣ ରାସ୍ତା ସାରା କାଦୁଅ ପାଣି ଭର୍ତ୍ତି ହୋଇ ଯାଇଥାଏ l ଅନେକ ସମୟରେ ଏହି ରାସ୍ତା ରେ ଲୋକ ଗାଡ଼ିରେ ଯା ଆସ କରିବା ସମୟରେ ଦୁର୍ଘଟଣା ର ଶିକାର ହୋଇ ଥାନ୍ତି l ଗ୍ରାମବାସି ପ୍ରଶାସନ କୁ ବାରମ୍ବାର ଲିଖିତ ଦରଖାସ୍ତ ଦେଲେ ମଧ୍ୟ ଏହି ରାସ୍ତା ଉପରେ କାହାରି ନଜର ପଡ଼ୁ ନ ଥିବା ଗ୍ରାମବାସି ପ୍ରକାଶ କହିଛନ୍ତି l ତା ସହିତ ଗରିବ ହିତାଧିକାରୀଙ୍କୁ ତାଙ୍କ ହକ୍ ମିଳୁ ନ ଥିବା ସୂଚନା ରହିଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମର ସମସ୍ୟା ଅନୁଧ୍ୟାନ କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ତିଳେଇକାନି ଗ୍ରାମ ପଞ୍ଚାୟତ ର ଧନିଆଁପୁଞ୍ଜି ଗ୍ରାମ ସରକାରୀ ଯୋଜନାରୁ ବଞ୍ଚିତ
|
November 3, 2026 |



