ତିନି ଗାୟକଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

Spread the love

ଯାଜପୁର, : ୧୦/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ ବଡବାଲିକୁଦା ପଞ୍ଚାୟତର ମଧ୍ୟସ୍ଥଳି ଅରାବଳ ପଞ୍ଚାୟତର ଦେବୀ ଛକ ପରିଶରରେ ଗାୟକ ଶେଖର ଜଗନ୍ନାଥ ବେହେରା,ଗାୟକ ସମ୍ରାଟ ଅଭୟ କୁମାର ସ୍ଵାଇଁ,ଗାୟକ ନଟରାଜ ଚୈତନ୍ୟ ବିଶ୍ଵାଳ ସ୍ମୃତି ଚାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ଚରଣ ସାମଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଯାଇଥିବାବେଳେ ତିନିଜଣ ଦିବ୍ଯଙ୍କ ୧୨ ପାଲା ମଞ୍ଚ ପକ୍ଷରୁ ପ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହିତ ପାଲା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ପରିପେକ୍ଷୀରେ ଯାଜପୁର ଜିଲ୍ଲାର କୋଣ ଅନୁକୋଣରୁ ବହିଷ୍ଠ ଗାୟକ ମାନେ ଯୋଗଦାନ କରିଥିଲେ । ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା ଶ୍ରୀ ବେହେରାଙ୍କ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ପାଲାମଞ୍ଚ ସତ୍ୟନାରାୟଣ ପାଲାମଞ୍ଚ ଅରାବଳ,ରାଧରାପୁର, ମେଣ୍ଢ, ରମାପୁର,କୋତପୁର, ମୁଣ୍ଡମାଳ, ଭଗବାନପୁର, ବାଲିଗୁଡ଼ା,ନିଆଳି,ତାଳୁଆ, ଜନକ ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଆସିଥିବା ପାଲାମଞ୍ଚକୁ ବହୁ ବରନ୍ୟ ଗାୟକ ଯୋଗଦେବା ସହିତ ଶ୍ରୀ ବେହେରାଙ୍କ ସଂପର୍କରେ ଆଲୋଚନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସମାଜ ସେବୀ ମନରଂଜନ ଜେନା, ଶିକ୍ଷାବିତ୍ ମୋହନ ସାମଲ, ରବିନ୍ଦ୍ର ଦାଶ, ଧୁଶାସନ ସାମଲ, ପ୍ରଶାନ୍ତ ନାୟକ, ଇଞ୍ଜିନିୟର ମନୋଜ ଦାଶ, ଆରମ୍ବିତ ଦାଶ, ରବିନ୍ଦ୍ର ନାୟକ, ପ୍ରତାପ ଦେଓ, ଯୋଗ ଦେଇଥିଲେ । ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା,ବନମାଳି ଓଝା,ସୁବାଷ ରାୟ,ସୁସାନ୍ତ ପାଢୀ,ଅଜୟ ଦାସ, ବସନ୍ତ ବେହେରା,ପ୍ରଶନ୍ନ କର, ମୋହନ ମଲିକ, ପ୍ରଫୁଲ୍ଲ ଆଚାର୍ଯ୍ୟ, ରବିନ୍ଦ୍ର କର, ବିପିନି,ଦିଲିପ ଦାସ ଯୋଗଦାନ କରି ପାଲା ସଂସ୍କୃତିକୁ ଓଡ଼ିଶାରେ ବଞ୍ଚେଇ ରଖିବା ଲାଗି ଡ.ପଣ୍ଡା ପରାମର୍ଶ ଦେଇଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Related Posts

About The Author

Add Comment