ଚିଲିକାରେ ଫସିଥିବା ୫୦ ଯାତ୍ରୀଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

Spread the love

ଚିଲିକା, ୪/୩/୨୦ (ସନ୍ଧାନ ନିଉଜ) : ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଆଜି ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସିବା ଘଟଣାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୁଚନା ଦେଇଛନ୍ତି । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଦୀର୍ଘ ସମୟ ଧରି ଅଟକିରହିଥିଲା ଡଙ୍ଗା। ଏହି ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଡଙ୍ଗା।

ଏହି ସମୟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଘଟିବାରୁ ମହିଷା ନିକଟରେ ମଝି ଚିଲିକାରେ ଅଟକିଥିଲା। ଏହି ଡଙ୍ଗାରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହି ଛାତ୍ରଛାତ୍ରୀମାନେ ଯୁକ୍ତ ୨ ପରୀକ୍ଷା ଦେବାକୁ ଚିଲିକାରେ ସାତପଡ଼ା ଯାଉଥିବା ସୂଚନା ମିଳିଛି। ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଚିଲିକା ଦେଇ ଡଙ୍ଗାରେ +୨ ପରୀକ୍ଷାର୍ଥୀଙ୍କ ସମେତ ଯାଉଥିବା ୫୦ ଜଣ ଯାତ୍ରୀ ଫସିଥିବା ଖବର ପାଇ ଜିଲ୍ଲା ପ୍ରଶାସନ ତୁରନ୍ତ ଫସିଥିବା ଯାତ୍ରୀଙ୍କୁ ଯଥା ସ୍ଥାନରେ ପହଞ୍ଚାଇବା ସହ  +୨ ପରୀକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ଛାଡିଥିବା ଯଣାପଡିଛିା ବିଳମ୍ବ ସତ୍ତ୍ବେ ସାତପଡ଼ା କଲେଜରେ ପରୀକ୍ଷାରେ+୨ ପରୀକ୍ଷାର୍ଥୀ ପହଞ୍ଚି ପରିକ୍ଷା ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

Related Posts

About The Author

Add Comment