ଚାରିବାଟିଆ ଗ୍ରାମରେ ୪ ଦିନ ହେବ ସ୍ୱଜଳଧାରା ପ୍ରକଳ୍ପ ଅଚଳପାଣି ପାଇଁ ଗ୍ରାମବାସୀ ହେଉଛନ୍ତି ଡହଳ ବିକଳ

Spread the love

ଯାଜପୁର ସଦର, :୧୭/୪/୨୬ (ସନ୍ଧାନ ନ୍ୟୁଜ )  ବର୍ତ୍ତମାନ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଥିବା ବେଳେ  ପ୍ରଚଣ୍ଡ ଖରାରେ ଲୋକ ମାନେ  ଆଉଟୁପାଉଟୁ ହେଉଥିବା ବେଳେ କିଛି ସ୍ଥାନରେ ପାଣି ମୁନ୍ଦେ ପାଇଁ  ପାଇଁ ଗ୍ରାମବାସୀ ମାନେ ଡହଳ ବିକଳ ହେଉଥିବା ନେଇ ଦେଖିବା ପାଇଁ ମିଳିଛି । ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତସ୍ତ ଚାରିବାଟିଆ ଗ୍ରାମରେ।ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୩ଦିନ ଧରି ପାଣି ବୁନ୍ଦେ ପାଇଁ ଗ୍ରାମରେ ହାହାକାର ପଡିଛି। ଗ୍ରାମରେ ବସିଥିବା ସ୍ୱଜଳ ଧାରା ପ୍ରକଳ୍ପଟି ୪ ଦିନ ହେବ ଅଚଳ ହୋଇପଡିଥିବା ବେଳେ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏମିତି ପରିସ୍ଥିତିରେ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ  ଗ୍ରାମବାସୀ ମାନଙ୍କ ପକ୍ଷରୁ ଦାବି ହୋଇଛି |

Related Posts

About The Author

Add Comment