ଘୋଘର ଗ୍ରାମ ରେ ସ୍କୁଟି ଚୋରି, ତଲସରା ଥାନା ରେ ଅଭିଯୋଗ

Spread the love

ସୁନ୍ଦରଗଡ଼ ତା:୩୧-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମ ରେ ଏକ ସ୍କୁଟି ଚୋରି ହୋଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଓଡିଶା ସୀମାନ୍ତ ଛତିଶଗଡ ରାଜ୍ୟ ଯସପୁର ଜିଲ୍ଲା ତୁମଳା ଥାନା ଅନ୍ତର୍ଗତ ସରେଇଟୋଲୀ ଗ୍ରାମ ର ଶୋଭିତ ରାମ (୫୬)ଙ୍କ ଘର ତଲସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମ ରେ ଥିବା ବେଳେ ଶୋଭିତ ରାମ ଏକ ମୋଟର ସ୍କୁଟି ନମ୍ବର -ଓ.ଡି.୧୬ପି-୬୯୬୧ଯୋଗେ ତାଙ୍କର ଶଶୁର ଘର କୁ କୁଣିଆ ଆସିଥିଲେ l ରାସ୍ତା କଡରେ ଥିବା ଏକ ପାଣି ଟାଙ୍କି ପାଖରେ ସ୍କୁଟି କୁ ଲକ କରି ତାଙ୍କ ଶଶୁର ଚାଷ କରିଥିବା ବିଲ ବୁଲିବାକୁ ଗଲେ l ବିଲ ପଟୁ ବୁଲି ଆସି ଦେଖିଲା ବେଳକୁ ସ୍କୁଟିଟି କୁ କେହି ନେଇ ଯାଇଛନ୍ତି l ସ୍କୁଟିଟିକୁ ନ ଦେଖି ପାରି ଏପଟେ ସେପଟେ ଖୋଜା ଖୋଜି କଲେ କିନ୍ତୁ ପାଇଲେ ନାହିଁ l ଶେଷରେ ତଲସରା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ରହିଛି l ଲିଖିତ ଅଭିଯୋଗ ପାଇ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି l

Related Posts

About The Author

Add Comment