ଆଦର୍ଶ ଶିକ୍ଷକ ହରିଭକ୍ତ ଧର୍ମାନନ୍ଦ ଦାସ

Spread the love

ଛାତ୍ର ବତ୍ସଲ ଶିକ୍ଷକ ହରି ଭକ୍ତ ଧର୍ମାନନ୍ଦ ଦାସ ଙ୍କ ଘର ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ। ୧୯୪୩ମସିହା ଫେବୃଆରୀ ଦଶ ତାରିଖ ରେ ପିତା ସ୍ବର୍ଗତ ମଥୁରା ମୋହନ ଦାସ ଓ ମାତା ସ୍ବର୍ଗତ ଚାନ୍ଦ ମଣି ଦାସ ଙ୍କ କୋଳ ମଣ୍ଡନ କରି ଜନ୍ମ ଗ୍ରହଣ କରିଥିଲେ ହରି ଭକ୍ତ ଧର୍ମାନନ୍ଦ ଦାସ। ଦୁଇ ଝିଅ ଓ ଗୋଟିଏ ପୁଅ କୁ ନେଇ ଗଠିତ ତାଙ୍କ ସଂସାର। ବଡ ଝିଅ ଶ୍ରୀମତୀ ବେବିରାଣି ଦାସ ବର୍ତ୍ତମାନ ପାଳିଆ ବିରଞ୍ଚି ନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଜଣେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ପୁଅ ତାପସ ଦାସ ଜଣେ ସମାଜ ସେବୀ।୧୯୫୯ ମସିହା ରେ ଦୋଳ ସାହି ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ରୁ ମେଟ୍ରିକ୍ ପାସ୍ କରିଥଲେ ଶ୍ରୀଯୁକ୍ତ ଦାସ। ଭଦ୍ରକ କଲେଜ ରୁ ବି ଏ ପାସ୍ କଲା ପରେ, ସମ୍ବଲପୁର ରୁ ବି ଇ ଡି ପାସ୍ କରିଥଲେ। ୧୯୬୬ମସିହା ରେ ସେ ସାବ ରଙ୍ଗ ଉଚ୍ଚ ବିଦ୍ୟାଳୟ ରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ।୨୦୦୧ ମସିହା ରେ ସେ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ନିଜ ଜୀବନ କୁ ଗଢି ତୋଳିବା ପାଇଁ ସେ ପରାମର୍ଶ ଦେଉଥିଲେ। ଅବସର ପରେ ସେ ନିଜ ଅର୍ଜିତ ଧନକୁ ଭଦ୍ରକ ରୋଟାରୀ କ୍ଲବ କୁ ଦାନ କରି ଥିଲେ। ବିଭିନ୍ନ ସ୍କୁଲ, କଲେଜ ରେ ପାଠ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ପରେଶ୍ ମେମୋରିଆଲ ଟ୍ରଷ୍ଟ ଗଠନ କରି ପୁରସ୍କୃତ କରିବା ପାଇଁ ସେ ରୋଟାରୀ କ୍ଲବ କୁ ପରାମର୍ଶ ଦେଇଥିଲେ। ଭଦ୍ରକ କଲେଜ, ପାଳିଆ କଲେଜ, ପାଳିଆ ହାଇ ସ୍କୁଲ, ପାଳିଆ ବିନ୍ଧା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏହି ପୁରସ୍କାର ପ୍ରତି ବର୍ଷ ଦିଆ ଯାଉଛି। ହରି ଭକ୍ତ ଧର୍ମାନନ୍ଦ ଦାସ ସତ ରେ ଜଣେ ଆଦର୍ଶ ଶିକ୍ଷକ, ଏ କଥା କୁ ସେହି ଅଞ୍ଚଳ ର ଅଧିବାସୀ ମାନେ ଗ୍ରହଣ କରି ସାରିଛନ୍ତି। ବର୍ତ୍ତମାନ ସେ ଅସୁସ୍ଥ ଥିବା ଖବର ପାଇ ତାଙ୍କର ସମସ୍ତ ଛାତ୍ର ଛାତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment