ରେଭେନ୍ସା ବିଶ୍ବବିଦ୍ୟାଳୟ ଅଡିଟୋରିମ ସଭାଗୃହରେ ଶିଶୁ ପ୍ରତିଭା ସୈୟଦ୍ ଅରମାନ୍ ପୁରସ୍କୃତ

Spread the love
  •  
  •  
  •  
  •  
  •  
କଟକ , ୨୨/୧୦/୨୦୨୨ (ସନ୍ଧାନ ନିଉଜ): ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ଓ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର ଦ୍ଵାରା ରେଭେନ୍ସା ମହାବିଦ୍ୟାଳୟ କଟକ ପରିସରରେ ବିଶ୍ଵ ମହାକାଶ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ବେନିଫିଟସ ଅଫ୍ ସାଟେଲାଇଟ ଶୀର୍ଷକ ପ୍ରବନ୍ଧ ଲିଖନ ପ୍ରିତିଯୋଗିତାରେ କଟକ ସଦର ପ୍ରହରାଜପୁର ଗ୍ରାମ ନିବାସୀ ତଥା ସାଲେପୁର ସ୍ଥିତ ଫ୍ରିଡମ୍ ଇଣ୍ଟରନ୍ୟାସନାଲ ସ୍କୁଲ ର ୬ଷ୍ଟ ଶ୍ରେଣୀ ଛାତ୍ର ସୈୟଦ୍ ଅରମାନ୍ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସର ଅଡିଟୋରିମରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଅରମାନ୍ ଙ୍କ ଏହି ମହା ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶର ସୁଅ ଛୁଟିଛି । ସୂଚନାଯୋଗ୍ୟ ବରିଷ୍ଠ ସାମ୍ବାଦିକ ସୈୟାଦ ସାଜିଦ୍ ଅଲ୍ଲି  ଏବଂ ୱକାରୁନ ନିଶାବେଗମଙ୍କ ସୁପୁତ୍ର ଅରମାନ୍ ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗନେଇ ବହୁବାର କୃତିତ୍ୱ ଅର୍ଜନ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି ।

Related Posts

About The Author

Add Comment