ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦାସ ଙ୍କ ବିୟୋଗରେ ଶୋକ

Spread the love

ଯାଜପୁର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ସୁନ୍ଦରିଆ ଗ୍ରାମ ପଂଚାୟତ ସୁନ୍ଦରିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ଦାସ (୬୯) ଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳି ଯାଇଛି, ଶିକ୍ଷା ସମାପ୍ତି ପରେ ପ୍ରଥମେ ନେଉଳପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା ଆରମ୍ଭ କରିଥିଲେ,ତାଙ୍କର ଶିକ୍ଷାଦାନ ଉଛ ମାନର ଥିଲା, ଶିକ୍ଷକତା ସମୟରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଉଚିତ ଶିକ୍ଷା ଗ୍ରହଣ କରି ସୁନାମ ଅର୍ଜନ କରିଥିଲେ। ଏହି ବିଦ୍ୟାଳୟରେ ଶିକ୍ଷକତା ସମୟରେ ସେ ପ୍ରମୋସନ ପାଇ ପାଟପୁର ପଂଚାୟତ ର  ବଡ଼ ବାରିସହି  ବଳଦେବଜୀଉପ୍ରାଥମିକ ବିଦ୍ୟାଳୟ କୁ ପ୍ରଧାନ ଶିକ୍ଷକ ଭାବରେ ଯାଇ ନିଜ ପଦବୀ ଗ୍ରହଣ କରିଥିଲେ।ସେଠାରେ ଉଚିତ ଶିକ୍ଷା ପ୍ରଦାନ୍ କରି ଛାତ୍ର ଛାତ୍ରୀ ମାନଂକ ଅଭିଭାବକ ମହଲରେ ପ୍ରଶଂସିତ ହୋଇଥିଲେ। ଶିକ୍ଷକତା ପରେ ସେ ନିଜ ଗ୍ରାମର ସଧାରଣ ଲୋକ ମାନଂକ ସେବାରେ ନିଜକୁ ନିୟୋଜିତ କରିଥିଲେ। ଗ୍ରାମର ଉନ୍ନତି ପାଇଁ ନିଜେ ପ୍ରବଳ ଉଦ୍ୟମ କରି ଜୀବନର ଶେଷ ପର୍ଯ୍ୟନ୍ତ ପ୍ରଚେଷ୍ଟା ଜାରି ରଖିଥିଲେ। ତାଙ୍କ ନିଜ ବାସଭବନରେ ତାଙ୍କର ବିୟୋଗ ହୋଇଥିଲା,ତାଙ୍କ ମୃତ୍ୟୁ ଖବର ପାଇ କେତେକ ଶିକ୍ଷାବିତ, ସମେତ ନୀଳ ସୁନ୍ଦର୍ ସରକାରୀ ଉଛ ବିଦ୍ୟାଳୟ ର ଶିକ୍ଷକ , ଶିକ୍ଷୟତ୍ରୀ, ନିଜ ଗ୍ରାମର ତାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ତାଙ୍କ ବାସଭବନ ରେ ପହଞ୍ଚି ସ୍ବର୍ଗତ ଲକ୍ଷ୍ମୀଧର ଙ୍କ ମରଶରୀର ରେ ପୁଷ୍ପ ଗୁଚ୍ଛ ପ୍ରଦାନ୍ କରି ତାଙ୍କ ଅମର ଆତ୍ମା ର ସଡ ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ତାଙ୍କ ମର ଶରୀର ନିକଟରେ ତାଙ୍କ ପରିବାରର ସମସ୍ତ କୁଟୁମ୍ବ ରହିଥିଲେ, ସ୍ବର୍ଗତ ଲକ୍ଷ୍ମୀଧର ଙ୍କ ମରଶରୀରକୁ ନିଜ ଗ୍ରାମରେ ପରିଭ୍ରମଣ କରି ଶ୍ମଶାନ କୁ ନିଆଯାଇ ଶବ୍ ସତ୍କାର କରାଯାଇ ଥିଲା,ତାଙ୍କ ପୁତ୍ର ସତ୍ୟଜିତ ଦାସ ମୁଖାଗ୍ନି ଦେଇଥିଲେ।

 

Related Posts

About The Author

Add Comment