ବାଇକ୍ ଆରୋହୀଙ୍କ ଠାରୁ ମୋବାଇଲ୍ ଓ ଟଙ୍କା ଲୁଟ୍, ୨ ଅଭିଯୁକ୍ତ କୋର୍ଟଚାଲାଣ

Spread the love

ରସୁଲପୁର, ୭/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ରସୁଲପୁର ଅନ୍ତଗର୍ତ ୧୬ନଂ ଜାତୀୟ ରାଜପଥ ର ସୁଆଁସାହି ଛକ ନିକଟରୁ ବୁଧବାର ରାତିରେ ଦୁଇଣ ବାଇକ୍ ଆରୋହୀଙ୍କ ଠାରୁ ଲୁଟ୍ ହୋଇଛି । ବାଇକ୍ ଆରୋହୀ ଅଦିନିଆ ବର୍ଷାରୁ ରକ୍ଷା ପାଇବା ପାଇଁ ଛକ ନିକଟରେ ଥିବା ସ୍କୁଲ ନିକଟରେ ଆଶ୍ରୟ ନେଇଥିଲେ । ସେମାନଙ୍କୁ ଏକୁଟିଆ ପାଇଁ ୨ଜଣ ଯୁବକ ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଇଥିଲେ । ଲୁଟର ଶିକାର ହୋଇଥିବା ଆରୋହୀ ଦ୍ୱୟ ହେଲେ ଯାଜପୁରରୋଡ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତର ସୁବଳ ସାହୁ(୫୫) ଓ ସୁବାଷ ସାହୁ(୪୯) ବୋଲି ଜଣାପଡିଛି । ଏ ନେଇ ଗତକାଲି ରାତି ୧ଘଟିକା ସମୟରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ପୋଲି ଗଟଣାରେ ସଂପୃକ୍ତ ୨ଜଣ ଅଭି୍ୁକ୍ତକୁ ଆଜି ଗିରଫ କରି କୋର୍ଟ ଚଲାଣ କରିଛି ।
ପ୍ରକାଶଯେ ସୁବଳ ଓ ସୁବାଷ ରାତି ପ୍ରାୟ ୧୧.୩୦ ସମୟରେ ଜାରକାରୁ େଓøଷଧ ନେଇ ଘରକୁ ଫେରୁଥିଲେ । ସୁଆଁସାହି ଛକ ନିକଟରେ ତଙ୍କ ବାଇକ୍ ରୁ ପେଟୋ୍ରଲ ସରି ଯାଇଥିଲା । ଏହି ସମୟରେ ବର୍ଷା ହେବାରୁ ସେମାନେ ନିକଟରେ ଥିବା ଏକ ବିଦ୍ୟାଳୟ ନିକଟକୁ ଚାଲି ଯାଇଥିଲେ । ସେଠାରେ ପୂର୍ବରୁ ଥିବା ସୁଆଁସାହି ଗ୍ରାମର ୨ଜଣ ଯୁବକ ଶିଶିର ମଲିକ ଓ ସୁବ୍ରତ ମଲିକ ସେମାନଙ୍କୁ କଣ ହୋଇଛି ବୋଲି ପଚାରିଥିଲେ । ପେଟୋ୍ରଲ ସରିଯାଇଛି ବୋଲି କହି ସେମାନଙ୍କୁ ପେଟୋ୍ରଲ ଦେବାକୁ କହି ୨ହଜାର ଟଙ୍କା ଦାବି କରିଥିଲେ । ସେଥିରେ ସେମାନେ ରାଜି ନହେବାରୁୁ ଅଭିଯୁକ୍ତ ଦ୍ୱୟଙ୍କୁ ମାଡ ମାରିବା ସହ ତାଙ୍କଠାରୁ ଏକ ମୋବାଇଲ୍ ଓ ୨୮୦୦ ଟଙ୍କା ଛଡାଇ ନେଇ ପଳାଇଥିଲେ । ପରେ ସୁବଳ କୁଆଖିଆ ଥାନାକୁ ଆସି ଘଟଣା ସଂପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଚଢାଉ କରି ଆଜି ବଢି ଭୋରୁ ଭୟ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଧରିଥିଲେ । ସେମାନଙ୍କ ନିକଟରୁ ପୋଲିସ ମୋବାଇଲ ଫୋନ୍ ଜବତ କରିଥିଲା ।ଏ ସମ୍ପର୍କରେ କୁଆଖିଆ ଥାନାରେ ଏକ ଲୁଟ୍ ମାମଲା(କେସ୍ ନଂ-୫୪/୧୯) ଋଜୁ ହୋଇଛି । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଏସ୍ ଆଇ ଦିଲିପ କାଣ୍ଡି ଘଟଣାର ତଦନ୍ତ କରୁଛନ୍ତି ।

Related Posts

About The Author

Add Comment