ଯାଜପୁର, ୨୦ /୨(ସନ୍ଧାନ ନିଉଜ) ୨୧ଫେବୃଆରୀ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରାକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ଜୋରଦାର ପ୍ରୟାସ ଜାରିରହିଛି । ତେଣେ ରାଜ୍ୟ ସରକାର ଆନେ୍ଦାଳନକୁ ଭଣ୍ଡୁର କରିବା ପାଇଁ ହାଇସ୍କୁଲ ପରୀକ୍ଷାକୁ ଆଳକରି କାର୍ଯ୍ୟାନୁଷ୍ଠାନ ଧମକ ଦେଇଛି । ସରକାରଙ୍କ ନାଲିଆଖିକୁ ସଂଗଠନ ଭୃକ୍ଷେପ କରିବ ନାହିଁ ବୋଲି ରସୁଲପୁର ବ୍ଲକ ସଂଯୋଜକ ମୁକୁନ୍ଦଦେବ ମହାନ୍ତି ପ୍ରକାଶ କରିଛନ୍ତି । ବିରୋଧୀ ଉଭୟ ଭାଜପା, କଂଗ୍ରେସ ଦଳ ସଂଗଠନର ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି । ଫଳରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କର ମନୋବଳ ଦୃଢ ହୋଇଛି । ଏଥର ଆନେ୍ଦାଳ ଜୋରଦାର ହେବ ବୋଲି ଆଶା କରାଯାଉଛି । ପୂର୍ବଥର ଭଳି ଚଳିତ ଥର ପୋଲିସ ଆକ୍ରମଣାତ୍ମ କୌଶଳ ଅବଲମ୍ବନ କଲେ ପୋଲିସ ଓ ସଂଗଠନ ମଧ୍ୟରେ ଖଣ୍ଡଯୁଦ୍ଧ ସୃଷ୍ଟି ଦେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏଭଳି ସ୍ଥିତିରେ ଉଭୟ ପୋଲିସ ଓ ସଂଗଠନ ଭିତିରି ପ୍ରସ୍ତୁତି ଚଳାଇଛନ୍ତି । ରଣନୀତି ସଂପର୍କରେ କେହି ସୂଚନା ଦେବାକୁ ମଙ୍ଗୁ ନାହାଁନ୍ତି । ଏଥର ପୋଲିସବାହିନୀ ସଂଗଠନ ଚକମା ଦେବାକୁ ଯୋଜନା କରୁଛି । ସଂଗଠନ କେଉଁଠାରୁ ଆନେ୍ଦାଳନ ଆରମ୍ଭ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏହି ବ୍ଲକର କୁଆଖିଆ ପରିବା ବଜାରରୁ ବନ୍ଦ କାର୍ଯ୍ୟ ଆରମ୍ଭ କରିପାରେ ବୋଲି ଅନୁମାନ କରାଯାଉଛି । ସରକାରଙ୍କ ଚେତାବନୀକୁ ସଂଗଠନ ପକ୍ଷରୁ ସମ୍ମାନ ଦିଆଯାଇଛି । ବନ୍ଦ ସମୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦରୁ ବାଦ ଦିଆଯିବା ସହ ଜନସାଧାରଣଙ୍କ ଅତ୍ୟାବଶ୍ୟକୀୟ ସେବାରୁ ବଂଚିତ କରାଯିବ ନାହିଁ ବୋଲି ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । । ବନ୍ଦବେଳେ ବ୍ୟାଙ୍କ, ବ୍ଲକ, ତହସିଲ ସର୍ବୋପରି ରାଜରାସ୍ତାକୁ ଅବରୋଧ କରାଯିବା ନେଇ ଆଜି ସଂଗଠନ ପକ୍ଷରୁ ସଂପୃକ୍ତ ଅନୁଷ୍ଠାନଗୁଡିକୁ ପତ୍ର ଜରିଆରେ ସୂଚନା ପ୍ରଦାନ କରାଯାଇଛି । ସରକାର ଚାଷୀମାନଙ୍କ ପ୍ରତି ଯେତେ ନିଷ୍ଠୁର ହେଲେ ବି ସେମାନଙ୍କୁ ନ୍ୟାର୍ଯ୍ୟ ଦାବି(ପ୍ରାଇସ, ପ୍ରେଷ୍ଟିଜ୍, ପେନସନ୍) ନମିଳିବା ପର୍ଯ୍ୟନ୍ତ ଆନେ୍ଦାଳ ଜାରି ରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।
ସରକାରଙ୍କ ନାଲିଆଖିକୁ ବେଖାତିରି, କାଲି ଓଡିଶା ବନ୍ଦ କରିବ ନବନିର୍ମାଣ କୃଷକ ସଂଗଠନ
|
February 20, 2019 |


