ସବଡେଗା ଜଗନ୍ନାଥ ମନ୍ଦିର ମଣ୍ଡପରେ ଚାରି ପ୍ରହର ନାମ ସଂକୀର୍ତ୍ତନ ସମାପନ

Spread the love

ସୁନ୍ଦରଗଡ ତା: ୨୫/୧୧/୨୦୨୬(ସନ୍ଧାନ ନ୍ୟୁଜ) କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସବଡେଗା ଜଗନ୍ନାଥ ମନ୍ଦିର ମଣ୍ଡପରେ ଆୟୋଜିତ ଚାରି ପ୍ରହର ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ସମାପନ ହୋଇଛି।ଏହି ଅବସରରେ ମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଥିଲା। ନାମ ସଂକୀର୍ତ୍ତନର ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା। ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଭଗବାନଙ୍କ ନାମ ସ୍ମରଣ କରିଥିଲେ।ଏହି ଧାର୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ଅରୁଣ ଶତପଥୀ ଓ ତାଙ୍କ ଧର୍ମପତ୍ନୀ ରାଜଲକ୍ଷ୍ମୀ ପଣ୍ଡା ଦାୟିତ୍ୱ ତୁଲାଇଥିଲେ। କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସରରେ ଏଭଳି ଧାର୍ମିକ ଆୟୋଜନ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଓ ଭକ୍ତିଭାବକୁ ଆହୁରି ଦୃଢ଼ କରିଥିଲା।

Related Posts

About The Author

Add Comment