ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ

Spread the love

ସମ୍ବଲପୁର (ସନ୍ଧାନ ନ୍ୟୁଜ/ହେମନ୍ତ ଭଇଁଷା): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ସଦର ମହକୁମା ଅଞ୍ଚଳରେ ଜଣେ ଯୁବତୀଙ୍କୁ ମାଡ଼ ମାରିବା, ଘୋଷାଡ଼ିବା ଏବଂ ପୋଷାକ ଚିରି ଅସଦାଚରଣ କରିବା ଅଭିଯୋଗରେ ପୁଲିସ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଆକ୍ରମଣରେ ଗୁରୁତର ଆହତ ଯୁବତୀ ସାରିକା ଷଣ୍ଢ ବର୍ତ୍ତମାନ ଉନ୍ନତ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ସାରିକାଙ୍କ ଘର ସମ୍ମୁଖରେ ପଡ଼ୋଶୀ ଜଣେ ମହିଳା ମଇଳା ଆବର୍ଜନା ପକାଉଥିଲେ। ଏହାକୁ ସାରିକା ପ୍ରତିବାଦ କରିବାରୁ ଉକ୍ତ ମହିଳାଙ୍କ ପୁଅ କାହ୍ନା ଅଗ୍ରୱାଲ ସେଠାରେ ପହଞ୍ଚି ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, କାହ୍ନା ସାରିକାଙ୍କୁ ନିର୍ଘାତ ମାଡ଼ ମାରିବା ସହ ତାଙ୍କ ଶାଢ଼ି ଓ ପୋଷାକପତ୍ର ଟାଣି ଚିରି ଦେଇଥିଲେ। ଏପରିକି ତାଙ୍କୁ ରାସ୍ତାରେ ଘୋଷାଡ଼ି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସାରିକା ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସାରିକାଙ୍କ ମାଆ ସୂଚନା ଦେଇଛନ୍ତି।ଏ ସଂକ୍ରାନ୍ତରେ ଜମନକିରା ଥାନାରେ କେସ୍‌ ନମ୍ବର ୧୮୪/୨୬ ରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୨୬(୨), ୨୯୬, ୧୧୫(୨), ୭୪, ୨୯୨ ଏବଂ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ କାହ୍ନା ଅଗ୍ରୱାଲଙ୍କୁ ଗିରଫ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Posts

About The Author

Add Comment