କଳିଙ୍ଗନଗର:୨୨/୯(ସନ୍ଧାନ ନ୍ୟୁଜ )ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କଳିଙ୍ଗନଗର ଥାନା ପୁଲିସ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମଣ୍ଡପଡ଼ା ଗ୍ରାମର ନରୋତ୍ତମ ଦେହୁରୀ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ପୁଲିସ ସୂଚନା ଅନୁଯାୟୀ, ନାବାଳିକାଙ୍କ ପରିବାର ରଣଗୁଣ୍ଡି ଅଞ୍ଚଳରେ ରହୁଥିବା ବେଳେ, ତାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ୧୯ ସେପ୍ଟେମ୍ବର ୨୦୨୬ରେ କଳିଙ୍ଗନଗର ଥାନାରେ PS Case No. 282 ରୁଜୁ ହୋଇଛି। ମାମଲାରେ BNS ଧାରା ୬୫(୧), ୩୫୧(୩) ସହ POCSO ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ନାବାଳିକାଙ୍କୁ ମୋଟରସାଇକେଲ ଯୋଗେ ଏକ ଜଙ୍ଗଲ ରାସ୍ତା ଅଞ୍ଚଳକୁ ନେଇଯାଇଥିଲେ। ଘଟଣାର ସମସ୍ତ ପାର୍ଶ୍ୱକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ଗିରଫ ପରେ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।



