ବରଗଡ, ୧୧/୯/୨୬ (ସନ୍ଧାନ ନ୍ୟୁଜ) ପାଇକମାଳ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬, ରବିବାର ନୃସିଂହନାଥଠାରେ ନୁଆଁଖାଇ ଭେଟଘାଟ ଆୟୋଜନ କରାଯିବ। ଏହାକୁ ନେଇ ସେପ୍ଟେମ୍ବର ୭ ତାରିଖରେ ନୃସିଂହନାଥସ୍ଥିତ ବୁଢ଼ାଦେଓ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାସଭାର ସଭାପତି ଶ୍ରୀ ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟକୁ ସଫଳ କରିବା ସହିତ ଆୟୋଜନର ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ଅଞ୍ଚଳର ଗୋଁଣ୍ଡ ସମାଜର ସର୍କଲ ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ଚୈତୁ ସିଂ ଦେଓ, ଭାଗବତିଆ ସିଂ ଦାଉ, ଅମୃତ ବାଗ, ରଞ୍ଜନ ମାଝୀ, ବସନ୍ତ ଧରୁଆ, ଜଗଦେବ ଧରୁଆ, ନରସିଂହ ଧରୁଆ, ଭୋଳାନାଥ ଜଗତ, ଜୟସିଂ ଦାଉ, ଚିତ୍ତରଞ୍ଜନ ପୋରେ, ସମାରୁ ଧରୁଆ, ବୀରେନ୍ଦ୍ର ସିଦାର, ଅଶ୍ୱିନୀ ଧରୁଆ, ଦିଲ୍ଲୀପ ଧରୁଆ, ଦେବାନନ୍ଦ ପୁଟା, ଲୋକନାଥ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରାମେଶ୍ୱର ସିଦାର, ଲକ୍ଷ୍ମଣ ସିଦାର, ପ୍ରେମ ସିଦାର, ନବୀନ ଧରୁଆ ଓ ବିସିକେଶନ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ। ବୈଠକ ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତାଙ୍କ ପରଲୋକ ଯୋଗୁଁ ଗୋଁଣ୍ଡ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଦୁର୍ଯ୍ୟୋଧନ ପୁଟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତାଜା ଖବର
- ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରୋଗୀ କଲ୍ୟାଣ ସମିତିର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ
- ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ
- ନୃସିଂହନାଥରେ ନୁଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ
- ଯାଜପୁର ଜିଲ୍ଲା ରେ ବନ୍ୟା ସମୟରେ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ ରେ ଅନିୟମିତତା
- PC&PNDT ଆଇନର କଡ଼ାକଡ଼ି ଅନୁପାଳନ ଓ ବେଆଇନ ଲିଙ୍ଗ ନିରୂପଣ ରୋକିବା ଉପରେ ଗୁରୁତ୍ୱ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସୁନ୍ଦରଗଡ ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
- କିଞ୍ଜିରକେଲା ପୋଲିସ ଦ୍ୱାରା ଟ୍ରକରେ ଯାଉଥିବା ୧୪ ଗୋଟି ମହିଷି ଉଦ୍ଧାର
- ଅବକାରୀ ବିଭାଗର ଆତର୍କିତ୍ ଚଢାଉ,ବିପୁଳ ପରିମାଣର ମହୁଲପୋଚ ନଷ୍ଟ ସହିତ ଦେଶୀମଦ ଜବତ
- ଫସର ଫାଟିଲା ସୁରକ୍ଷା ବ୍ୟବସ୍ଥା, ତଲସରା ଛକରେ ଥିବା ଦୋକାନ ମାନଙ୍କ ରେ ଚୋରି ଉଦ୍ୟମ



