ବରଗଡ, ୧୧/୯/୨୬ (ସନ୍ଧାନ ନ୍ୟୁଜ) ପାଇକମାଳ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପକ୍ଷରୁ ଆସନ୍ତା ୨୦ ସେପ୍ଟେମ୍ବର ୨୦୨୬, ରବିବାର ନୃସିଂହନାଥଠାରେ ନୁଆଁଖାଇ ଭେଟଘାଟ ଆୟୋଜନ କରାଯିବ। ଏହାକୁ ନେଇ ସେପ୍ଟେମ୍ବର ୭ ତାରିଖରେ ନୃସିଂହନାଥସ୍ଥିତ ବୁଢ଼ାଦେଓ ମଣ୍ଡପଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାସଭାର ସଭାପତି ଶ୍ରୀ ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନୁଆଁଖାଇ ଭେଟଘାଟକୁ ସଫଳ କରିବା ସହିତ ଆୟୋଜନର ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁର ଅଞ୍ଚଳର ଗୋଁଣ୍ଡ ସମାଜର ସର୍କଲ ସଭାପତି, ସମ୍ପାଦକ ଏବଂ ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ। ବୈଠକରେ ଚୈତୁ ସିଂ ଦେଓ, ଭାଗବତିଆ ସିଂ ଦାଉ, ଅମୃତ ବାଗ, ରଞ୍ଜନ ମାଝୀ, ବସନ୍ତ ଧରୁଆ, ଜଗଦେବ ଧରୁଆ, ନରସିଂହ ଧରୁଆ, ଭୋଳାନାଥ ଜଗତ, ଜୟସିଂ ଦାଉ, ଚିତ୍ତରଞ୍ଜନ ପୋରେ, ସମାରୁ ଧରୁଆ, ବୀରେନ୍ଦ୍ର ସିଦାର, ଅଶ୍ୱିନୀ ଧରୁଆ, ଦିଲ୍ଲୀପ ଧରୁଆ, ଦେବାନନ୍ଦ ପୁଟା, ଲୋକନାଥ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରାମେଶ୍ୱର ସିଦାର, ଲକ୍ଷ୍ମଣ ସିଦାର, ପ୍ରେମ ସିଦାର, ନବୀନ ଧରୁଆ ଓ ବିସିକେଶନ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ। ବୈଠକ ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତାଙ୍କ ପରଲୋକ ଯୋଗୁଁ ଗୋଁଣ୍ଡ ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଦୁର୍ଯ୍ୟୋଧନ ପୁଟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ତାଜା ଖବର
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବରିଷ୍ଠ ନାଗରିକ ଦିବସ ପାଳନ।
- ଯାଜପୁରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଗାନ୍ଧୀବାଦୀ ଆଦର୍ଶକୁ ଆପଣାଇ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆହ୍ୱାନ
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁବରିଷ୍ଠ ନାଗରିକ ଦିବସ ପାଳନ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସହ ଗାନ୍ଧୀ ଜୟନ୍ତୀ ପାଳିତ
- ପାଳିଆ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୬,୦୨ ୧୦ ୨୦୨
- ଯାଜପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ୩୨ ଲକ୍ଷର ଫେରୋ ମାଙ୍ଗାନିଜ୍ ହଡ଼ପ ମାମଲାର ପର୍ଦ୍ଦାଫାଶ ମୁଖ୍ୟ ଅଭିଯୁକ୍ତ ଗିରଫ; ଟ୍ରକ୍, ବୁଲେଟ୍ ଓ ମୋବାଇଲ୍ ଜବତ
- ସୁନ୍ଧାପାନୀ ଜଙ୍ଗଲ ରେ ଭୟଙ୍କର ଗାଡି ଦୁର୍ଘଟଣା, ତିନି ଜଣ ଆହତ ଜଣେ ମୃତ୍ୟୁ



