ସୁନ୍ଦରଗଡ ତା:୧୧/୯/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ । ଏହି ଅବସରରେ ଜିଲ୍ଲା ଏଡିଜେ ଚିନ୍ମୟ ଗୋଛାୟତ ଫିତା କାଟି ଶୁଭ ଉତଘାଟନ୍ କରିଥିଲେ । ସମ୍ମାନିତ ଅତିଥିରୂପେ ଜିଲ୍ଲା ସିଡିଏମଓ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାନ୍ତି ଓ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନିମାଇ ଚରଣ ନାଏକ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ ସଭାପତିତ୍ୱ କରିବା ସହିତ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ କରିବା ପାଇଁ ରକ୍ତ ଭଣ୍ଡାର ପରାମର୍ଶଦାତ୍ରୀ ସୁଶ୍ରୀ ରତ୍ନପ୍ରଭା ନାଏକ ସମେତ ତାଙ୍କ ଟିମ୍ ସମ୍ପୂର୍ଣ ସହଯୋଗ ରହିଥିଲା ।ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ ସଦସ୍ୟ ମିଶି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି
ସୁନ୍ଦରଗଡ ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
|
September 11, 2026 |



